ସରହଦ ପରେ
ଜୀବନର ସଂଗେ ଖେଳି
ସରହଦ ପରେ
ଛାଇଯାଏ ପୁଣି
ଶତ୍ରୁକୁ ଯାଏ ସେ ବଳି ।।୧।
କର୍ତ୍ତବ୍ୟ ପଥରୁ
ହଟେନାହିଁ ସିଏ
ଆସୁ ଯେତେ ଝଡଝଞ୍ଜା
ଏହି ସବୁ ପରେ
ଶୟନ ପାଇଁକି
ନଥାଏ କେବେତ ଖଞ୍ଜା ।।୨।
ଚବିଶ ଘଣ୍ଟାର
ବାଇନା ନେଇଛି
କର୍ତ୍ତବ୍ୟ କରିବା ପାଇଁ
କଥାବାର୍ତ୍ତା ପାଇଁ
ସମୟ ମିଳେନି
କାହାକୁ କହିବ ସେହି ।।୩।
ଛୁଟିତ ମାଗିଲେ
ଖଲାସ ପାଇଁକି
ଆସିଥାଏ ଆଉଜଣେ
ସିଏ ନ ଆସିଲେ
ଛୁଟି ମିଳେ ନାହିଁ
ଯାଏ ନାହିଁ ଅନ୍ୟ ଜଣେ ।।୪।
କଥାତ ଏତିକି
ତାଙ୍କରି ଛାତିରେ
ରହିଥାଏ ତାଙ୍କ ପାଖେ
ମିଛ କଥା କହି
ହୃଦୟ ଜିତଇ
ପରିବାରର ସମୁଖେ ।।୫।
ଘର ଯିବା ପାଇଁ
ସଠିକ୍ ନୁହଁଇ
ଠିକ୍ କରେ ଯେଉଁ ଦିନ
ପରିବାର ପୁଣି
ଅନାଇ ରୁହନ୍ତି
କହିବ କେମିତି ନ ଜାଣେ ।।୬।
ଯେଉଁ ଦିନ ଶୁଣେ
ଘରକୁ ଯିବ ସେ
ପୁରା ରାତ୍ରି ସେହି ଯାଗେ
ପୁରା ରାତ୍ରି ସେହି
ସଜାଗ ରହିକି
ଘର କଥା ସେହି ଭାବେ ।।୭।
ପୂର୍ଣ୍ଣ ବିଶ୍ବାସରେ
କହିପାରେ ନାହିଁ
ଘରକୁ ସେ ଯିବ ବୋଲି
ଅଧ ବାଟରୁସେ
ରଦ୍ଧ ଛୁଟି ବୋଲି
ଶୁଣି ହୁଏ ଦୁଃଖି ଖାଲି ।।୮।
ନୂଆମଙ୍ଗରାଜପୁର, ବଡ଼ମ୍ବା, କଟକ