ନ ଧାଁ - ଗିରିଜାକୁମାର ବଳୀଆରସିଂହ

1
ନିଝୁମ ତିସରା-ନଜରର ଝୁଲଝର...
ତୀର କି ତଥାପି ତରତର ଫୁଲଶର !
ଚକ୍ରକେଳିର ବକ୍ରରେଖାରେ - ନ ଧାଁ
ତରବାରି, ତୁ ତ - ମୁସକିଲ ମୂଲକର !
ହେ କିଏ ମୂଢ ମୋ ମୁଣ୍ଡର ମୂଲ କର ?
ପରାସ ତ ପୂରା ପରଶଟେ ପୁଲକର !
ଚଳିତ ଛତ୍ରଭଙ୍ଗରେ ବାରେ - ନ ଧାଁ
ଛୋଟ ଚୋଟ ଚାହଁ ? ବଡ ଗୋଟେ ଭୁଲ କର !
ଭୁଲ ଜମାନା ଏ ? ଲାଗେ ଲଢିବାକୁ ଡର ?
ଭୁଲ ଜମିରେ ମୁଁ - ଚାହେଁ ଗଢିବାକୁ ଘର !
ରେବତୀ ରାତିର ରେଳପଇ ପାରେ - ନ ଧାଁ
ଶବ୍ଦର ନିଦ ଭାଙ୍ଗେ ତ ଜାଗୁ ସ୍ଵର !
ରଣ ହିଁ ରମଣ ? ଅଛି ଅସିଧାରେ ଅଧା...
ପଣ ପଣପଣ... ରଣରଣପାରେ - ନ ଧାଁ !! 

ଗିରିଜାକୁମାର ବଳିଆରସିଂହ

Post a Comment

1Comments
  1. ଗିରିଜା ସାରଙ୍କ କବିତାରେ ଖୁବ ନିଆରାପଣ ଥାଏ । ଆପଣଙ୍କ ସୃଷ୍ଟିକୁ ସଲାମ ।

    ReplyDelete
Post a Comment

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ