ପ୍ରିୟା - ଧ୍ରୁବ ଚରଣ ବେହେରା

0

ପ୍ରୀତି କୃଷ୍ଣଚୂଡା ତୁମେ କି ଗୋ ସାଥୀ
ଫଗୁଣେ ଫୁଟାଅ ହସ,
ରୂପ ଯଉବନ ଲାଗେ ସୁନା ଗୋରୀ
ଓଠରେ ଭରି ପୀୟୂଷ ॥
ମଳୟର ତୁମେ ଅକୁହା କାହାଣୀ
ଚାଲିଟି ଗଜଗାମିନୀ,
ରୂପ ରାଇଜର ମଧୁବାଳା ସଖୀ
ହୃଦୟର ରାଜରାଣୀ ॥
ପହିଲି ଶ୍ରାବଣେ ଛୁଇଁ ଦେଇଯାଅ
ଅମୃତର ଜଳଧାରେ,
ଯୋଡି ଦେଇଥାଆ ମଧୁର ସମ୍ପର୍କ
ମନ ମୋର ନିତି ଝୁରେ ॥
ନିଦାଘର ତୁମେ ଶୀତଳ ସମୀର
କରିନିଅ ମନ ଚୋରି,
ଗୋଧୂଳି ବେଳର ସୁନେଲୀ କିରଣେ
ଦିଶ ସତେ ଅପସରୀ ॥
ସପନରେ ନିତି ଆସୁଥାଅ ପ୍ରିୟା
ଗୋପନର ଉପବନେ,
ଭାବନା ମାଳୀ ମୁଁ ସାଇତି ରଖିବି
ବାସ କୁସୁମ ଉଦ୍ୟାନେ ॥


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ