
ଦେହରେ ଫୁଲ ପସରା,
ତୋ ଗଭାରେ ଶୋଭା ପାଉଥିଲା ଯେଣୁ
ତା ମୂଲ ଅମୂଲ ପରା ।।
ମୋ ଗାଆଁ ପୋଖରୀ ତୁଠର ପଥର
ପଡ଼ିଅଛି ମୁହଁ ମାଡ଼ି,
ତୋ ପାଦ ପରଶ ପାଇଁ କି ଟିକିଏ
ହେଉଅଛି ସଦା ଝୁରି ।।
ମୋ ଗାଆଁ ଦାଣ୍ଡରେ ତୋ ପାଦ ନୂପୁର
ରୁଣୁ ଝୁଣୁ ବାଜୁ ନାହିଁ,
ମୋ ଗାଆଁ ଦାଣ୍ଡ ଧନ୍ୟ ହୋଇଯିବ
ତୋ ଚରଣ ଧୁଳି ପାଇ ।।
ମୋ ଅଗଣାରେ ପୁନେଇଁ ଜହ୍ନଟା
ଖେଳୁ ନାହିଁ ଲୁଚକାଳି,
ତୋ ବିହୁନେ ପ୍ରିୟା ବାଦଲ ଉହାଡେ
ଲୁଚିଛି ମନକୁ ମାରି ।।
ଭେଟ ହୋଇଗଲେ ଦନେଇ ଭାରିଯା
ତୋ ଖବର ପଚାରୁଛି,
ତୋ ହାତରେ ଭଙ୍ଗା ପାନ ଖଣ୍ଡିକର
ଭାରି ପ୍ରଶଂସା କରୁଛି ।।
କୁନା କୁନି ନିତି ଘରକୁ ଫେରନ୍ତି
ତୋ ଫେରିବା ବାଟ ଚାହିଁ,
ତାଙ୍କ ପ୍ରିୟ ଖୁଡ଼ି ସେନେହ ସହିତ
ମନଲାଖି ଭେଟି ପାଇଁ ।।
ମୋ ଘର ମଥାନେ ଡାମରା କାଉଟା
ରାବିଦେଲେ କା' କା',
ଦାଣ୍ଡ ଦୁଆରକୁ ବାର ବାର ଯାଇ
ଦେଖି ଆସୁଛନ୍ତି ମାଆ ।।
ମୋ ନରମ ଶେଯ ତୋ ଦେହ ଉଷୁମ
ନିତି ରାତିରେ ଖୋଜୁଛି,
ତୋ ଫିକ୍ ଫିକ୍ ହସ କାନେ ତୁନି କଥା
ସପନରେ ଆସୁଅଛି ।।
ଇଂରାଜୀ ବିଭାଗ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର
ଦୂରଭାଷ : ୮୭୬୩୬୨୯୨୮୨
ସୁନ୍ଦର କବିତା.. ପ୍ରିୟା ବିନା ଗାଁ ଯେମିତି ଖାଁ ଖାଁ..
ReplyDelete