ସେ ତ ଚଳାଏ ମୋ ଟିକି ନାଆକୁ
ହୃଦେ ଧ୍ୟାୟୀ ପଦପଙ୍କଜକୁ ତା'ର
ପାରି ହେବି ଭବ ସିନ୍ଧୁକୁ ॥୦॥
ହାତ ନାହିଁ ସିନା ଆହୁଲା ଚାଳୁଛି
ପାଦ ନାହିଁ ସାରା ବ୍ରହ୍ମାଣ୍ଡ ବୁଲୁଛି
ଯାହା ଦେଖେ ସବୁ ଅଟେ ତା'ର ଦାନ
ଆନନ୍ଦେ ଭରଇ ମନକୁ
ପାରି ହେବି ଭବ ସିନ୍ଧୁକୁ ॥୧॥
ଚକାଆଖି ଦୁଇ ନପଡ଼େ ପଲକ
ଟାଣୁଥାଏ ପାଶେ ନୁହଇ ଚୁମ୍ବକ
ରତ୍ନ ସିଂହାସନେ ଦେଖାଏ ଝଲକ
ଭାବ ଯୋଡ଼ିଦେବି ଚକାବଇଠିରେ
ପାରି ହେବି ଭବ ସିନ୍ଧୁକୁ ॥୨॥
ଏ ଦେହଟି ମୋର ନଉକା ତାହାର
ନାବିକ ହୋଇ ସେ ନେଉ ଯେଉଁ କୂଳ
ସେଇଟି ମୋହର ବୈକୁଣ୍ଠ ଭୁବନ
ତେଜିବି କି ଅହମିକାକୁ
ପାରି ହେବି ଭବ ସିନ୍ଧୁକୁ ॥୩॥
ଅତି ସୁନ୍ଦର ଭକ୍ତି ନିବେଦନ
ReplyDelete