
ତୁମେ ଯେବେ ମନେପଡ
କାହିଁକି କେଜାଣି
ଉଜାଣି ବହେ ଯମୁନା
ଈପ୍ସା ସବୁ ହୁଅନ୍ତି ଆନମନା
ବିସ୍ମରି ଦିଅନ୍ତି ନିଜ ନିଜର ଠିକଣା ।
ତୁମେ ଯେବେ ମନେପଡ
ମନର ନନ୍ଦନକାନନେ ପ୍ରସ୍ଫୁଟିତ ପାରିଜାତ
ସୁନୀଳ ଆକାଶେ କୋଟି କୋଟି ତାରା ଯେ ଖଚିତ
ରୂପେଲି ଜୋଛନା ବୁଣେ ପ୍ରୀତିର ବାରତା
ତନୁ, ମନ, ହୃଦ ଛୁଇଁ କହେ କେତେ କଥା ।
ତୁମେ ଯେବେ ମନେପଡ
ଭାଙ୍ଗିଯାଏ ସବୁ ନୀରବତା
ନିର୍ନିମେଷ ନୟନରେ
ସ୍ଵପ୍ନ ଆସି ମୁଦେ ଆଖିପତା
ଗୁଞ୍ଜରିତ କର୍ଣ୍ଣ ପାଶେ ଶୁଭେ ତୁମ ପ୍ରୀତିଗାଥା ।
ତୁମେ ଯେବେ ମନେପଡ
ଶର୍ବରୀ ବି ଲାଗେ ଅହ୍ନ
ଅୟୁତ ଆଶା ସଞ୍ଚରେ
ଫଗୁଣ ଫଗୁଣ ଲାଗେ
ନିରୋଳା ନିଦାଘ ମଧ୍ୟାହ୍ନ ।
ଭୀମପୁରା, ମୋତିଗଞ୍ଜ, ବାଲେଶ୍ଵର
ଦୂରଭାଷ : ୯୪୩୮୫୩୩୦୪୨
ତୁମେ ଯେବେ ମନେପଡ଼ ସବୁ ଯେମିତି ଫଗୁଣ ଫଗୁଣ ଲାଗେ..
ReplyDelete