ପ୍ରେମ ଭିକ୍ଷା - ସିଦ୍ଧେଶ୍ଵର ତ୍ରିପାଠୀ

0

ତୁମେ ଚାଲି ଆସୁଥାଅ 
ତୁମର ସେ ଗାଁ ରାସ୍ତାଦେଇ
ନାଲି ଶାଢ଼ୀ ନାଲି ଚୁଡ଼ି
 ସିଂଥି ଧାରେ ଧାପେ ମାତ୍ର
ସିନ୍ଦୂର ଲଗେଇ 

ଗୋରା ଅଙ୍ଗ ସୁନା ରଙ୍ଗ
ସବୁ ଚିକି ମିକି 
ମନ ହଜେ ତୁମ ପାଖେ
ତୁମ ହସ ଦେଖି ।

କଙ୍କିରିଟି ରାସ୍ତା ସାଥେ 
ତୁମ ଦୁଇ ପାଦ
ଯେତେଯେତେ  ପାଦ ବଢେ 
ମୋତେ ଅପବାଦ ।

ତୁମେ କାହା କୁଳବଧୁ 
କାହାର ଘରଣୀ
ତଥାପି ଏ ମନ ଖୋଜେ 
ସବୁ ଜାଣି ଶୁଣି ।

ତୁମ ଚାହାଣୀ ଇଶାରା
ଝଡ଼ ସୃଷ୍ଟି କରେ
ଆସି ଥରେ ଧରା ଦିଅ
ବାହୁ ବନ୍ଧନରେ ।

ହେଉପଛେ ମହାପାପ
ଏ କାହାଣୀ ଶେଷ
ଅଙ୍ଗ ଫାସେ ବାନ୍ଧିବାକୁ 
ଥରେ ଆସ ଆସ  ।

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ