
ତୁମେ ସିନା ଚାଲିଗଲ
ସମୁଦ୍ରର ସେପାରି ସହରକୁ
ମୁଁ କିନ୍ତୁ ଆଜି ଦିଗହରା
ଅବସନ୍ନ ବିଚରା ମଣିଷଟିଏ,
କେବଳ ବଞ୍ଚିଛି ଦୟାରେ
ପାଇବାକୁ ପ୍ରେମର ସାନ୍ନିଧ୍ୟ ଟିକିଏ... ॥
ପ୍ରତି ମୁହୂର୍ତ୍ତରେ ସିନା
ମତେ ଉପହାସ କରୁଛନ୍ତି
ଦୂର ଆକାଶର ତାରାମାନେ,
ନକ୍ଷତ୍ରପାତରେ ଜଳୁଛି
ମୋ ସାରା ଶରୀର,
ହୃଦୟ ବି ଥରୁଛି ମୋ, ତୀବ୍ର ସ୍ପନ୍ଦନରେ..,
ହେଲେ ତୁମେ ସେମିତି
ହସୁଥାଅ ତୁମ ଅଗଣାରେ... ॥
ଏଫ-୧୦, ଇରିଗେସନ କଲୋନୀ, ଖୋର୍ଦ୍ଧା