ମୋକ୍ଷ - ବାଳକୃଷ୍ଣ ଜେନା

1
କେବେ ଠୁ ଜୀବନ ଥିଲା ଅଭିଶପ୍ତ
ଭିଜି ଲୁହନଈ ତୀରେ,
ତୁମରି ପ୍ରେମରେ ମୋକ୍ଷ ଲଭିଲି
ଦୁଃଖ ଏବେ ବହୁଦୂରେ ॥୦॥

ସୁଖ କରିଛି ଚୁକ୍ତି ନୀରବେ
ଜହ୍ନକୁ ସାକ୍ଷୀ ଦେଇ,
ତୁମେ ଥିବା ଯାଏଁ ଜୀବନରେ ମୋର
ଦୁଃଖ ପାରିବନି ଛୁଇଁ,
କଷଣ ଯା'ଥିଲା ପାଷାଣ ପାଲଟି
ଭାସିଗଲା ସିନ୍ଧୁତୀରେ,
ତୁମରି ପ୍ରେମରେ ମୋକ୍ଷ ଲଭିଲି
ଦୁଃଖ ଏବେ ବହୁଦୂରେ ॥୧॥

ସପ୍ତମ ଋତୁର ଫୁଲର ମହକେ
ବାସେ ମୋର ଚଉଦିଗ,
ତୁମରି ପରଶେ ଲଭିଚି ଜୀବନୁ
ବିସାଦର କଳା ଦାଗ,
ଲାଗୁଚି ଏମିତି ରହିଚି ଜୀବନ
ସ୍ଵପ୍ନ ସହ ଅଭିସାରେ,
ତୁମରି ପ୍ରେମରେ ମୋକ୍ଷ ଲଭିଲି
ଦୁଃଖ ଏବେ ବହୁଦୂରେ ॥୨॥

ଅଳଗୁମ, ସତ୍ୟବାଦୀ, ପୁରୀ

ଦୂରଭାଷ : ୯୯୩୮୮୬୯୯୯୫

Post a Comment

1Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

  1. ବାସ୍ତବରେ ପ୍ରେମିକର ମୋକ୍ଷ ହିଁ ପ୍ରେମରେ ଥାଏ । କବିଙ୍କ ରଚନା ଖୁବ ହୃଦୟସ୍ପର୍ଶୀ ।

    ReplyDelete
Post a Comment