ଜୟ ରଘୁନନ୍ଦନ - ଘନଶ୍ୟାମ ସାହୁ

0

ଜୟ ରଘୁନନ୍ଦନ ଜୟ ସୀତାରାମ 
ଜୟ ରଘୁନନ୍ଦନ ଜୟ ସୀତାରାମ
ହେ ପତିତପାବନ କରେ ପ୍ରଣାମ ॥୦॥

ତୁମେ ମୋର ମାତାପିତା ତୁମେ ବନ୍ଧୁ ଭ୍ରାତା
ଜନମ ଜନମ ସାଥୀ ଜଗତ କରତା
ମନ ପ୍ରାଣ ହୃଦୟରେ ତୁମେ ମୋର ରାମ ॥୧॥

ପିତୃସତ୍ୟ ପାଳିବାକୁ ଗଲ ବନବାସ
ଭାର୍ଯ୍ୟା ଭ୍ରାତା ସଙ୍ଗତରେ ଧରି ତପି ବେଶ
ପତ୍ନୀ ସୀତା ଚୋରି ଛଳେ ବଧିଲ ରାବଣ ‌॥୨॥

ଲୋକ ଅପବାଦ ପାଇଁ ତେଜି ପ୍ରିୟତମା
ରାଜଧର୍ମ ପାଳନର ନାହିଁ ତ ଉପମା
ଜଗତକୁ ଦେଲ ଶିକ୍ଷା ହେ ପୁରୁଷୋତ୍ତମ ॥୩॥

ନରଦେହ ଧରି ତୁମେ ଆହେ ଦୁଃଖହାରି
କରୁଣା ସାଗର ପ୍ରଭୁ ଲୀଳାମୟ ହରି
ଏ ଜୀବନ ଯାଉ ବିତି ଗାଇ ତୁମ ନାମ ॥୪॥

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ