
ବିନ୍ଧ୍ୟଗିରି ତା' କଟି ରେ
ରଣ ଯାହାର ଭାରତ ସାଗର
ଧୌତ କରେ ନିରନ୍ତରେ ।୧।
ପୂର୍ବରେ ବଙ୍ଗୋପ ସାଗର ଲହରୀ
ପଶ୍ଚିମେ ଆରବ ରହି
ଚୀର ସୁପ୍ଳାବିନୀ ଗଙ୍ଗାମାତା ଯା'ର
ପାପ ତାପ ଦିଏ ଧୋଇ ।୨।
ହିମାଚଳ ଠାରୁ କୁମାରୀକା ଯାଏ
ପୂରିଛି ତୋର ଶରୀର
କେତେ ମରୁଭୂମି କେତେ ମାଳଭୂମି
କେଉଁଠି ତ ସମତଳ ।୩।
କେତେ ନଦନଦୀ ପର୍ବତ ପ୍ରାନ୍ତର
ସବୁଜିମା ଦୁର୍ବାଦଳ
ତୁହି ମା ଭାରତ ଜନନୀ ମୋହର
ସଭିଙ୍କୁ କରିଛୁ କୋଳ ।୪।
ବୀରପ୍ରସବିନୀ ଜନମଭୂମିର
ସୈନିକ ସଦା ଜାଗ୍ରତ
ତୋ ରକ୍ଷା ନିମନ୍ତେ ଦୃଢସଙ୍କଳ୍ପରେ
ସହି ଖରା ବର୍ଷା ଶୀତ ।୫।
ମୋ ଦେଶର କଳା ସଂସ୍କୃତି ସଭ୍ୟତା
ଆନ କାହିଁ ଦେଖାନାହିଁ
ସର୍ବଧର୍ମ ସମନ୍ୱୟର ପ୍ରତୀକ
ମୋ ପ୍ରିୟ ଭାରତ ଭୂଇଁ ।୬।
ବିଭିନ୍ନତା ମଧ୍ୟେ ଏକତା ର ମନ୍ତ୍ର
ହୁଏ ଏଠି ଗୁଞ୍ଜରିତ
ଚୀର ବନ୍ଦନୀୟା ହେ ଭାରତ ମାଆ
କରେ ଶତ ପ୍ରଣିପାତ ।୭।
ଶ୍ରୀମତୀ ବାସନ୍ତୀ ଦେଈ, ଖୋର୍ଦ୍ଧା
ଦୂରଭାଷ : ୭୭୯୦୦୦୦୪୪୬