ଫେରୁଛି ଶ୍ରାବଣ - ତପନ ଦୀକ୍ଷିତ

0

ଝୁରୁଛି ଫଗୁଣ ଫେରୁଛି ଶ୍ରାବଣ
ଝରା ପତ୍ରେ ତୁମ ସୁର
ମହୁଲି ପରଷେ ଘାଟ କଦମ୍ବଟା
ଉଙ୍କି ମାରେ ବିରହର ॥

ଲୁହ ଦରିଆରେ ଜୁଆର ଉଠିଛି
ଛାତିରେ କୋହର ଝଡ଼
ସବୁଅଛି କିଛି ନାହିଁର ଭିତରେ
ଅତୀତ ସ୍ମୃତିର ଭିଡ ॥

ଜୀବନ ଖୋଜୁଛି ବଞ୍ଚିବାର ସ୍ୱାଦ
ଆୟୁଷେ ଜହର ପିଇ
ଛାତିକୁ ଛୁଇଁଛି ଅଜଣା ତାତିଟା
ହଜାରେ ରାତିକୁ ନେଇ ॥

ଅଦେଖା ସପନେ ପଲକ ଭରା ମୋ
ଭାବନା ଖେଳୁଛି ହୋଲି
ମନ ମଧୁଶାଳେ ଗହଳ ଚହଳ
ହେଲେ, ପିଆଲା ପଡିଛି ଖାଲି ।।

ନାସିକେଶ୍ୱର, କାକଟପୁର, ପୁରୀ
ଦୂରଭାଷ - ୮୦୦୦୦୭୩୬୨୯

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ