ଲୋ ବାୟାଣୀ - ଘନଶ୍ୟାମ ସାହୁ

0

ଲୋ ବାୟାଣୀ
କୃପା ନେତ୍ରେ ଚାହାଁ ବାରେ ଜନନୀ ।।୦।

ବାଟ ଜଗିଅଛୁ ବୋଲି ତୁ ବାଟବାୟାଣୀ
ମୁକୁଳା ତୋ ଦ୍ୱାର ସଦା ଜଗତ କଲ୍ୟାଣୀ
ଅନୁଗୋଳ  ପାତ୍ରପଡା ବାସିନୀ ।।୧।

ରମଣୀୟ ସୁଶୀତଳ ଗିରି ପାଦଦେଶେ
ଆସ୍ଥାନ ଜମେଇ ଅଛୁ ଶାନ୍ତ ପରିବେଶେ
ସନ୍ନିକଟେ ବହିଯାଏ ତଟିନୀ ।।୨।

ସିନ୍ଦୁରେ ଶୋଭିତା ମାଗୋ ମନ୍ଦାର ମାଳିନୀ
ଭକତ ଗୁହାରି ଶୁଣି ଦେଉ ବର ଭବାନୀ
ଦୁଃଖ ହାରି ଜଗତର କଲ୍ୟାଣୀ ।।୩।

ଆତୁରେ ଢାଳେ ପ୍ରଣତି ଦୀନ ଘନଶ୍ୟାମ
ଜଗତ କଲ୍ୟାଣ ହେଉ ଗାଇ ତୋର ନାମ
ସାହା ହୋଇଥିବୁ ସିଂହ ବାହିନୀ ।।୪।

Post a Comment

0Comments

ପ୍ରକାଶିତ ଲେଖାଟି ଯଦି ପଢି ସାରିଛନ୍ତି, ଆପଣଙ୍କ ପ୍ରତିକ୍ରିୟା ଏଠାରେ ନିଶ୍ଚୟ ରଖନ୍ତୁ ।

Post a Comment (0)