ହେ କବି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

କୋଣାର୍କେ ପଥର ଖୋଦା ଚିତ୍ରମାଳା
ବାରଶ ବଢେଇ ରକ୍ତେ
ରଞ୍ଜିତ ରକ୍ତିମ ରଙ୍ଗରେ ଦୃଶିତ
ଫୁଟିଛି ମନ୍ଦିର ଗାତ୍ରେ ॥
କଳିଙ୍ଗ ଶିଳ୍ପୀର ଅଦ୍ଵିତୀୟ କଳା
ସ୍ତମ୍ଭିତ ପରିବ୍ରାଜକ
ଧରମା ଜୀବନେ ନିର୍ଜିବ ଉପଳ
ଦେଖ କେମିତି ଜୀବନ୍ତ ।।
ତେମନ୍ତ ଜୀବନ୍ତ ଲେଖନୀ ଲେଖାରେ
ଶପଥ ନେବକି କବି
ମୋ ରକତ ଦେବି କାଳି କରି ତାକୁ
ଆଙ୍କିବ ଶଦ୍ଦର ଛବି ॥
ମୋ ପରାଣ ବିନିମୟେ ଲେଖ କବି
ଜୀବନ୍ତ ସାହିତ୍ୟ ଲିପି
ଦେଶପ୍ରେମ ଭାଷା ମାଆ ମନ କଥା
ସ୍ତବ୍ଧ ହେବେ ମହାଯୋଗୀ ॥ 
କୋଣାର୍କ କୁ ଦେଖି ସ୍ତମ୍ବୀଭୂତ ସିନା
ହୁଅଇ ପରିବ୍ରାଜକ
ତୋ କବିତା ପଢି ବଦଳି ଯାଉ ରେ
ସମାଜର ଯେତେ ଦୁଃଖ ॥
କବିତାରୁ ଝରୁ ମଳୟ ପବନ
ପରଭୃତ ସ୍ଵର ତାଳେ
ଗୁଞ୍ଜରି ଉଠିବ ଦିଗ ବିଦିଗ ହେ
ବିହଙ୍ଗମ କଳ ରୋଳେ ॥
ଜୀବନ ସାର୍ଥକ ହୋଇବ ସତେକି
ଓଡିଆ ଭାଷା ସାହିତ୍ୟ
ତୁଙ୍ଗ ଶିଖରି ଛୁଇଁବ ସେପାଇଁ
କରିବାକୁ ପ୍ରାଣ ପାତ ॥
ବିସର୍ଜିବି ରକ୍ତ ସହିତ ଜୀବନ
ତୁଟାଇ ପରାଣ ମୋହ
ମୋ ଜାତି ମୋ ଭାଷା ମାଆ ମାତୃଭୁମି 
ପାସେ ୟେ ଜୀବନ ହେୟ ॥
ଲେଖିଦିଅ କବି ଭୋକି ଶୋଷି ହୃଦ
ଅନ୍ତର ତଳର କୋହ
ଦୁଃଷ୍କର୍ମ, ଶୋଷଣ, ଅପମିଶ୍ରଣରେ
ହଜେ ଜାତି ପରିଚୟ ॥
ଲେଖିଦିଅ କବି ଅସାମାଜିକ ହେ
କାହାଣୀ ଯା ଭୟାବହ
ଲେଖନୀ ମୋ ରକ୍ତ କାଳିରେ ସମାଜ
ଘୋଷୁ ତବ ଜୟ ଜୟ ॥

ମଙ୍ଗଳାଯୋଡି, ଟାଙ୍ଗି, ଖୋରଧା
ଦୂରଭାଷ - ୮୨୪୯୨୩୪୧୪୩

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ