
ସତେ କଳ୍ପତରୁ ଟିଏ
ପ୍ରେମ ମନ୍ଦାକିନୀ ଆନନ୍ଦ ଦାୟିନୀ
ମାଆ ର ନାମରେ ଥାଏ ॥
ମାଆ ମମତାର ପଟାନ୍ତର କାହିଁ
ମାଆ ହିଁ ଅମୃତ ନାମ
ନୂଆ ଦୁନିଆ କୁ ଆଣି ଦେଇଥାଏ
ନୂଆ ପରିଚୟ ନାମ ॥
ନିଃସନ୍ଦେହ ନିଷ୍କଳଙ୍କ ମାଆ ପ୍ରେମ
ପଣତକାନିର ବାସ୍ନା
ସରଗର ସୁଖ ଅଜାଡି ଦିଏ ମା
ପ୍ରେମ ମନ୍ଦାକିନୀ ଧାରା ॥
କେତେ ଲହୁ ଢାଳି ତ୍ୟାଗ ବଳି ଦେଇ
ଜୀବନ ସଂଗ୍ରାମେ ଲଢି
ସନ୍ତାନ ପାଇଁ କି କେତେ ଅବଦାନ
ନିଜ ସୁଖ ଯାଏ ଭୁଲି ॥
ନିଃସ୍ଵାର୍ଥରେ ସେବା କେତେ ଯତ୍ନ କରେ
ମାଆ ପରି କିଏ ହେବ
ବାଘ ଆସିଲେ ବି ଡର ଲାଗେନାହିଁ
ମାଆ ଯଦି ପାଖେ ଥିବ ॥
ଅପରାଜିତା ପରିଡା
ମର୍କତନଗର, ସି.ଡି.ଏ, କଟକ