ଫେରିଛି ଜାତିର ମାନ,
ମାଆର ପଣତ ସରଗଠୁ ବଳି
ମାତୃଭୂମି ପ୍ରିୟ ସ୍ଥାନ ।।
ପିତା ପ୍ରତି ଭକ୍ତି ଜାତି ପ୍ରତି ଭେଟି
ଏହାଠୁ ବଡ଼ କି ଅଛି ?
ଦାୟାଦ କର୍ତ୍ତବ୍ୟ ଓଡ଼ିଆ ପ୍ରାଣକୁ
ପୁଲକିତେ ହସାଇଛି ।।
ସିଂହାସନେ ବସି ରାଜଋଷି ସମ
ରାଇଜ ପାଳିବା ଧର୍ମ,
ଯା'ପାଖେ ରହିଛି କେବେ ନ ହଜିଛି
ପ୍ରବାଦ ବୀର ତା ଜନ୍ମ ।।
ଆଜିର ଦିନକୁ କେବେ ନ ଭୁଲିବ
ଏ ମାଟି ଓଡ଼ିଆ ପୁଅ,
ପୂରୁବ ସମୟ ଫେରାଇ ଆଣିବ
ସମୃଦ୍ଧି ଖୁସିର ସୁଅ ।।
ଚିକିଟୀ ଗଡ଼, ଗଞ୍ଜାମ
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଓଡିଶା ଫେରିବା ସମ୍ବନ୍ଧରେ ଖୁବ ସୁନ୍ଦର ଭାବେ ଏହି କବିତାରେ ବର୍ଣ୍ଣନା କରିଛନ୍ତି ଆପଣ ।
ReplyDeleteBeautiful poem sir
ReplyDelete