ତୁମେ ଫକୀରମୋହନ
ସେନାପତି ହୋଇ ଭାଷାର ଗାରିମା
ବଢାଇ ରଖିଲ ମାନ
ଆମ ଓଡ଼ିଆ ଭାଷା
ଜଗତକୁ ଦେଲା ନୂଆ ଦିଶା ।
ଲେଖି ଉପନ୍ୟାସ ସୁଗମ ସରସ
ଭରିଲ ଆପଣା ଭାଷା
ଗ୍ରାମ୍ୟ ଜୀବନର ଜୀବନ୍ତ ଚିତ୍ରଣ
କରି ହେଲ ମହାଯଶା
ନାରୀ ଶିକ୍ଷା ପ୍ରସାର
ରେବତୀ ଗପରେ ହେଲା ସାର ।
କୁସଂସ୍କାର ସହ ଅନ୍ଧବିଶ୍ୱାସ
କରିବାକୁ ତୁମେ ଦୂର
ଗଳ୍ପ ଉପନ୍ୟାସେ ସମାଜର ଚିତ୍ର
ବ୍ରତୀ ଲେଖନୀ ତୁମର
ନିଶ୍ଚେ ପ୍ରଭାବେ ଏହା
ଦୁନିଆଁ କୁ ଦେଖାଇବ ରାହା ।
ଶାଣିତ କଟାକ୍ଷ ମସୀ ନୁହେଁ ଅସୀ
ଶବ୍ଦ ଚାତୁରୀ ଗୁରୁତ୍ୱ
ସଭ୍ୟ ଜମିଦାର, ପ୍ରାୟଶ୍ଚିତ, ମାମୁଁ
ଛଅ ମାଣ ଆଠଗୁଣ୍ଠ
ପୁଣି ଲଛମା ଆଦି
ସୁସ୍ଥ ସମାଜର ମହୈ।ଷଧି ।
ଆହେ ଭାଷାବୀର ଥାଇ ସ୍ୱର୍ଗପୁର
ଦିଅ ଢାଳି ଶୁଭାଶିଷ
ତୁମରି ଆଦର୍ଶେ ଗଢିଵୁ ନିଜକୁ
ବଢାଇବୁ ଜାତି ଯଶ
ମାତୃଭାଷା ଉନ୍ନତି
ହେଉ ଆମ ଲକ୍ଷ୍ୟ ଘେନ ପ୍ରଣତି ।