
ହାଲଚାଲ କିଛି ନାହିଁ ଭଲ
ଗୋଲାପ ଦେହରେ କାକର ବରଫ
କହୁଛ ନା କଣ ପାଏ ଭଲ ,
ତୁମେ ହରଚଣ୍ଡୀସାହି ଝିଅ ବୋଲି ଜାଣେ
ଆମର ବି ଘର କ୍ୟାପିଟାଲ୍
ଯାହା ସବୁ ତୁମ କହିବା କଥାକୁ
କରିଦେଇଥିବ ଜି-ମେଲ୍ ,
ଦଫ୍ତର ଗଲେ ଖୋଲି ପଢ଼ିନେବି
କଣ ବା ଲେଖିଥିବ ଖାକ୍
ମୁଁ ହାଡ଼ଭଙ୍ଗା ଜାଡେ ହାମ୍ପେଇ ଗଲାଣି
ତୁମେ ହମ ହମ ମୁଁ ହରବାକ୍,
ରାଣ ରାଗିବନି ତୁମେ ହାରିକଣ୍ଠୀ
ମୁଁ ପ୍ରବାସୀ ହାଜତି ଲାଗେ ମୂଲ
ହଲପାରେ ଟିକେ ହାଳାହଳି ମାରି
ଏଇଠି ରହୁଛି ହରିବୋଲ..... ।।
ନାସିକେଶ୍ୱର, କାକଟପୁର, ପୁରୀ