
ତଥାପି ଦିଅ ଗୋ ଯନ୍ତ୍ରଣା
ନିରୋଳାରେ ଆସି ପ୍ରତିଧ୍ୱନି ତବ
ଅସ୍ଥିର ମନ ମୋ ବୁଝେନା ।।
ପ୍ରତୀକ୍ଷାର ପଥ ସୀମାହୀନ ସେତ
ବୁଝାଏ ମନକୁ ମୋହର
ତଥାପି ଆଶାକୁ ବସାକରି କାହିଁ
ଅସ୍ଥିର ର ଆଣ ଜୁଆର ।।
କର କମଳ ରେ ଧରିବାକୁ ଇଛା
ମନଲାଖି ସ୍ୱପ୍ନ ଗୁଡ଼ାକ
କାହିଁ ଚାଲିଯାଏ ମୁଠା ଖୋଲି ଦେଲେ
ସତେକି କରିଛି କୁହୁକ ।।
ଭାବନା ମୋହର ଭାବନାରେ ରହି
ଅଶ୍ରୁଧାରେ ଆଙ୍କେ ସାଗର
ତଥାପି ଏ ମନ ଭାବନାକୁ ଝୁରେ
ଲାଗେ ନିଜଠାରୁ ନିଜର ।।
ପ୍ରତିବଦଳରେ ଯେତେ ବି ମିଳିଲେ
ଅସ୍ଥିର ମନ ମୋ ବୁଝେନା
ଭାବନା ଗୋ ତୁମେ ସୁପ୍ତ ଅବସ୍ଥାରେ
ତଥାପି ଦେଉଛ ଯନ୍ତ୍ରଣା ।।
ପ୍ରିୟଦର୍ଶିନୀ ମହାପାତ୍ର, ଶିକ୍ଷୟିତ୍ରୀ
ଜୟଦେବ ବିହାର, ଭୁବନେଶ୍ଵର