![](https://blogger.googleusercontent.com/img/b/R29vZ2xl/AVvXsEg91rvf-ssVaKaG02J1NNv62x2jPE1oGp36nPS_E_HmtXGsV7VvzptDtbkQJ8NwmZAqBMjhFgGdAue7yK_bapskBhjmEJxyA0VGXyjGv7lR8BBTKmQX4E5mfXqgwINQQ_b_7qMAyYRbAcF0wgNGXYO6VXqxJN_hfwkxytX3_1IpK3aIBxyRHNg9_6ekkA/w136-h200/mo-gaan.jpg)
ବଦଳି ଯାଇଛି ଗାଁ ମାଟି ଆଜି
ଓଠ ରେ ତା ହସ ନାହିଁ
ଫୁଟି ମହକୁନି ଚମ୍ପା ଫୁଲ ଆଉ
ସଂଜ ଆସିଲେ ନଇଁ
କେତେ ଯାନି ଜାତ ମେଳା ମଉଚ୍ଛବ
ହସୁଥିଲା ଗାଁ ମାଟି
ଆପଣା ପଣର ମମତା ବନ୍ଧନେ
ପଡି ଅଛି ଆଜି କଟି
ଅତୀତ ର ସେହି ସେନେହ ମମତା
ଖୋଜିଲେ ମିଳଇ ନାହିଁ
ସଂଜ ନଇଁ ଗଲେ ଜହ୍ନ ଉଇଁ ଆସେ
ଝରାଇ ଜୋଛନା ମୋତି
ସଂଜବେଳର ସେ ଆଈବୁଢୀ ଗପ
ସାଜି ଅଛି ଆଜି ସ୍ମୃତି
ସ୍ମୃତି କିଆରୀରେ ଏଇ ମନ ଝୁରେ
ସେ ଦିନ ଗଲା କାଇଁ
ଭଙ୍ଗା ଡିହ ଆଜି ଭାଗବତ ଟୁଙ୍ଗୀ
ଲାଗେ ସବୁ ରଙ୍ଗହୀନ
ଜନ୍ତ୍ର ଚାଳିତ ଯନ୍ତ୍ରଣାରେ ଏଠି
ଧାଉଁଅଛି ଖାଲି ମନ
ଗହଳ ଚହଳ ଗାଁ'ର ସେ କୋଳେ
ଶୂନ୍ୟତା ଯାଇଛି ଛାଇ