ଅସହାୟତାର ଅନ୍ତରାଳେ - ଅଧ୍ୟାପିକା ମମତା ପ୍ରିୟଦର୍ଶିନୀ ସାହୁ

0
ଆଜି ଶବ୍ଦ ମାନେ ବିଦ୍ରୋହୀ
ନିଷିଦ୍ଧ ଇଲାକାରେ ତାଙ୍କର ପରୱାନା
ଭାଗ୍ୟରେଖାର ଦୃଢତ୍ୱ ବି ପରାଜିତ
ବିଚଳିତ ଓ କ୍ଷୁବ୍ଧତାର ଇସାରା
ଅସହାୟତାର ନଈକୁ ଡେଇଁ ଯିବାକୁ
ସାହସ ବା କାହିଁ ??
ଦୋଷୀ କି ନିର୍ଦ୍ଦୋଷ
ଏଯାଏଁ ଏହାର ସଠିକତା ନାହିଁ
ଅର୍ଜିଥିବା ପାପର ଓଜନ
ବେଶୀ ହୋଇଗଲା ବୋଧେ !
ଦଣ୍ଡ ବିଧାନର ବିଳମ୍ବ ହିଁ ବାର ବାର
ସୂଚନା ଦେବାକୁ ଭୁଲୁ ନାହିଁ ।
ମୁଁ କାଳେ ପ୍ରେମ ଦାନେ ଅସମର୍ଥ
ଅଯୋଗ୍ୟା -----
ଅନ୍ଧାରୁଆ ଗଳି ମାନଙ୍କର ଅତିପ୍ରଶ୍ନ ପାଇଁ
ଉତ୍ତର ବା କାହିଁ ??
ମୋ ଅନ୍ଧକାର ଆକାଶେ
ନୂତନ ସୂର୍ଯ୍ୟ ହସେ
ହାତ ଠାରି ଡାକେ
ମୁଁ କାଳିମାର ଏତେ ବଡ ପ୍ରେମିକାଯେ
ଉଜ୍ଜଳତାର ଧାସକୁ ବି ଡରୁଛି ।
କାଳେ ମୁଁ ପାଉଁଶ ହେଲେ
ସୂର୍ଯ୍ୟ ତାର ଅଧେ ଖଣ୍ଡେ ଆଲୋକ ଶିରାକୁ
କାଢି ଫିଙ୍ଗି ଦେବ ଦେହରୁ ।
ଏ ଜୀବନ ବହିର ଅସ୍ତିତ୍ବକୁ
ଅସ୍ମିତାର ବଳୟକୁ
କେତେ ଥର ବା ବୁଝେଇବି !
ଆଉ ନାଇଁ ମ
ବାସ୍ ହେଇଗଲା
କଳା କଳା ଅକ୍ଷରଗୁଡା
ଲାଲ୍ ହେବା ଆଗରୁ
ମଲାଟର ଉତ୍କୃଷ୍ଟତା ଦେଇ
ସଯତ୍ନେ ଥୋଇଦେବାହିଁ
ଚରମ ଆଉ ସାର୍ଥକ ରାସ୍ତା ।।

ଅଧ୍ୟାପିକା, ଓଡିଆ ବିଭାଗ,

ସରକାରୀ ଏସ୍ ଏସ୍ ଡି ଏଚ୍ ଏସ୍ ଏସ୍ ଯୁକ୍ତଦୁଇ ବିଜ୍ଞାନ ମହାବିଦ୍ୟାଳୟ, ବାଲିଶଙ୍କରା, ସୁନ୍ଦରଗଡ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ