ମେଲା ଆଏ ତାର ପାଟି,
ଖୁରିଏ ଜାଗାଥି ଦୁଇ, ତିନ ଖୁରି
ମନୁଷ ଦେସି ତାର କୁଟି ।
ମଦୁଆର ମାଏଝି କଥାଥି କହେସି
ମୁନୁଷ ଆଏ ତାର ଷଣ୍ଢ,
ମତୁଆଲ ମାଡେ ହାତୁ ମୁଦି ଚୁରି
ହେସି କେତେ ଖଁଡ ଖଁଡ ।
ଗୁଟଖିଆର ମାଏଝି ଚଁଡେ ରିସମି
ଶୁଂଘି କରି ମୁହୁଁ ବାସନା,
ଗେଲ କରି ମୁନୁଷ ଆବରି ବସଲେ
ଫୁକା ଏଡେ ହେସି ଥୁତନା ।
ଜୁଆରିଆର ମାଏଝି ପକେଟ ଟଁମଡା
ମୁଁଡ ପିଟବାର ବେଲ,
ଜନମର ଦୁଖ କାହାକେ କହେବାନ
ଦେଖି ଘଏତାର ଖେଲ ।
କଧରିଆର ମାଏଝି ଦାଇକା ମରା
ଅମକା କଲା ଇଟା ସେଟା,
ବତରେ ବତରେ କଥା ସରଲେଇ
ତୁଁଡେ କୁଁଚି ଦେସି କଁଟା ।
ମାଷ୍ଟୁରର ମାଏଝି ବନେଟେ ଛଏଲି
ଫେସନ ଉପରେ କଥା,
ଭାବସି ଗିଆନି ନିଜକେ ସିଆନି
ମୁନୁଷ ଛୁଛାଥି ଅଥା ।
ଚାଷୀର ମାଏଝି କେତନି କମିହାଁ
ପଥର ମିତାନ ଦିହିଁ,
ଖରା ବରଷା ଆରୁ ଅଭାବୀ ଜୀବନ
ସବକେ ଯାଏସି ସହି ।