ଅନେକରେ ଏକ - ମୀନାକ୍ଷି ପାଢ଼ୀ

0

ରୂପ, ବେଶ, ଭାଷା ଅନେକ ହେଲେବି
ଗୋଟିଏ ମାଆର କୋଟି ସନ୍ତାନ,
ଭାରତ ଜନନୀ ଗର୍ବ ଗରିବିଣୀ
ମାତୃତ୍ଵ ଆଜି ତା' ହୋଇଛି ଧନ୍ୟ ।

ହିନ୍ଦୁ, ମୁସଲିମ୍, ଶିଖ୍ ଓ ଇଶାଇ,
ବୈ।ଦ୍ଧ, ଜୈନ ଫୁଲର ହାର,
ଗଳେ ଲମ୍ବାଇଛି ଶୋଭା ବଢ଼ାଇଛି
ସଂସାରେ ଏ ପରା ମୁଲକ ସାର ।

ସଭିଙ୍କୁ ଦେଇଛି ସମ ଅଧିକାର 
ନାହିଁ ତା'ପାଖେ କେ ବଡ଼ କି ସାନ,
ସାର୍ବଭୌମତ୍ୱର ମନ୍ତ୍ରରେ ଦୀକ୍ଷିତ
ସବୁ ଜାତି, ଧର୍ମ, ବର୍ଣ୍ଣ ସମାନ ।

ଜାତୀୟତା ନୁହେଁ ବଡ଼ ଆମ ପାଇଁ 
ବଡ଼ ନୁହେଁ ଧନ, ଉଚ୍ଚ ଆସନ,
ହାତେ ରଖି ହାତ କରିବା ସୁରକ୍ଷା
ଦେଶ ଜନନୀର ମାନ ସମ୍ମାନ ।

ଏକରୁ ଅନେକ ଅନେକରୁ ଏକ
ଗୋଟିଏ ହେଉରେ ଆମରି ମନ,
ଗୋଟିଏ ରହିବ ଆମ ପରିଚୟ
ଭାରତ ମାଆର ଆମେ ସନ୍ତାନ ।

ଚିକିଟିପେଣ୍ଠ, ଗଞ୍ଜାମ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ