
ଭେଟ ହୁଏ ତୁମ ସାଥେ
କାଗଜ କଲମ ଧରିଲେ ହାତରେ
ତୁମ ସ୍ମୃତି ଜାଳେ ମୋତେ ।
ଅକ୍ଷର ଶବଦ ପାଦ ଆଉ ପଦ
ଯାହା କିଛି ଦିଏ ଲେଖି
ଶୀର୍ଷକ ସାରାନ୍ସ ଉପଧା ଓ ଛନ୍ଦ
ପ୍ରେମ ରଙ୍ଗ ଥାଏ ମାଖି ।
ବିଭୋର ବେଳାକୁ ବିରହ ପାଗରେ
ସଜାଏ ମୁଁ ଏଇ ହାତେ
କାଗଜ କଲମ ଧରିଲେ ହାତରେ
ତୁମ ସ୍ମୃତି ଜାଳେ ମୋତେ ।
କେତେତ ରଜନୀ ଗଲାଣି ସଜନୀ
ନାହିଁ ସେଇ ମଧୁ ମାସ
ବିଗତ ମଧୁର ଥିଲା ସାତସୂର
ବେସୂରା ଏ ପରିବେଶ ।
ଶେଷ ପଦକରେ ଦେଲ ଯେଉଁ ବିଷ
ରହିଲା ଜୀବନ ସାଥେ
କାଗଜ କଲମ ଧରିଲେ ହାତରେ
ତୁମ ସ୍ମୃତି ଜାଳେ ମୋତେ ।