
ଧରାପୃଷ୍ଠେ ଥିରି ଥିରି
ଓଢଣୀ ଫାଙ୍କରେ ମୁହଁ ଦିଶିଲାଣି
ବାଆ ଵହେ ଶିରି ଶିରି ।
ଘାସ ଗାଲିଚାରେ ଶିଶିର ଟୋପାଏ
ଦିଶେ ମୁକ୍ତା ବିନ୍ଦୁ ପରି
ନାନା ଜାତି ଫଳ ପନିପରିବାରେ
ବାଡି ବଗିଚା ତ ଭରି ।
ଶୀତ ଛୁଇଁଦେଲେ ଭାରି ମନେପଡେ
ମୋ ପ୍ରିୟା ଗୋଲାପି ଓଠ
ଦର ଆଉଜା ମୋ କବାଟ ଆଡେଇ
ପଶିଆସି କରେ ହଟ ।
ଅନୁଢା କିଶୋରୀ ମନେ ଅସୁମାରୀ
ସ୍ଵପ୍ନ ଭରା ଶୀତରାତି
ପାଲିଙ୍କିରେ ଆସି ତା ରାଜକୁମାର
ବରିବ ଜୀବନସାଥି ।
ରାତି ବଢିଗଲେ ପାହାନ୍ତିଆ ଜାଡ
କମ୍ବଳ ଖୋଜଇ ମନ
କମ୍ବଳ ଭିତରେ ପତ୍ନୀ ପ୍ରିୟତମା
ଲୋଡ଼େ ଉଷ୍ମ ଆଲିଙ୍ଗନ ।
ଶୀତ ବଖାଣଇ ସାଧବ ବୋହୂର
ବୋଇତ ବନ୍ଦାଣ ସ୍ମୃତି
କାର୍ତ୍ତିକପୂର୍ଣ୍ଣିମା ପାହାନ୍ତିଆ ଜହ୍ନ
ଆ କା ମା ଵୈ ପୁଣ୍ୟ ତିଥି ।
ମାର୍ଗଶୀର ମାସ ଶେଷ ଗୁରୁବାର
“ମାଣବସା” ନାମେ ଖ୍ୟାତ
ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ
ସର୍ବତ୍ର ହୁଏ ପାଳିତ ।
ଆନନ୍ଦରେ ମନ ଅଧୀର ହେଲାଣି
ଗାଇବାକୁ ଶୀତ ଗୀତ
ଶୀତ ରାଣୀ ତମ ଶିଞ୍ଜିନୀ ଝଙ୍କାରେ
ଧରା ହେଉ ଗୁଞ୍ଜରିତ ।
ସତ୍ୟବାଦୀ ସାହୁ
ଵଡଇଚ୍ଛାପୁର, ଜଟଣୀ, ଖୋରଧା
ଦୂରଭାଷ - ୯୪୩୭୨୮୭୨୮୦