
ବସି ଜହ୍ନ ଆଲୁଅରେ
ହୃଦୟର କିଛି ଅକୁହା କଥାକୁ
ଲେଖିଦେଲି ମୁଁ ଚିଠିରେ ।
ଥରଟେ ପଢିବ ହାତଲେଖା ଚିଠି
ଜାଣିବ ମନର କଥା
ତୁମକୁ ମୁଁ କେତେ ପାଉଅଛି ଭଲ
ବୁଝିବ ହୃଦୟ ବ୍ୟଥା ।
ଛଳନା କରିଲ ମୋ ସାଥେ କାହିଁକି
ଭାବୁଛି ସେ କଥା ବସି
ତୁମ ପାଇଁ ଆଜି ଦୁନିଆ ଆଗରେ
ହୋଇଗଲି ସାଥୀ ଦୋଷୀ ।
କେତେ ପ୍ରତିଶୃତି ଦେଇଥିଲ ମୋତେ
ସବୁକି ଗଲଣି ଭୁଲି
ମୁଁ କିନ୍ତୁ ତୁମକୁ ପାରୁନାହିଁ ଭୁଲି
ସେକଥା ଲେଖିଛି ଖୋଲି ।
ଅନୁରୋଧ ମୋର ଥରଟେ ପଢିବ
ହାତଲେଖା ଚିଠି ମୋର
ଯଦି ମୋ ମଥାରେ ସିନ୍ଦୂର ନଦେବ
ହେବିନି ଆଉ କାହାର ।
ତୁମ ବାଟ ଚାହିଁ ରହିଛି ମୁଁ ସାଥୀ
କରିବ ଥରଟେ ଦେଖା
ତୁମ ପାଇଁ ମୋର ଜାଣ ପ୍ରିୟତମ
ଏଇ ମୋର ଶେଷ ଲେଖା ।
ଏ ଜନମେ ଯଦି ନହୋଇବ ମୋର
ସବୁ କିଛି ଭୁଲିଯାଇ
ଚାଲିଯିବି ସାଥୀ ମଶାଣି ଭୂଇଁକୁ
ଜଳିବ(ତୁମ)ପ୍ରିୟାର ଯୁଇ ।
ଭାରତୀ ସାହୁ
ଯୁନିଦାପାଟଣା, ଦଶରଥପୁର, ଯାଜପୁର