ତା ନରମ ଚିବୁକ ଛୁଆଁରେ
ପବନଟା ଖେଳୁଥିଲା ଚୁନା ଚୁନା ତାର ସେଇ
ଅସଜଡ଼ା କେଶ ଆଉ ପଣତ କାନିରେ,
ଋତୁ ଥିଲା ରାତି ଥିଲା ଆଉ ଥିଲା
ଆଖିଭରା ଆଖିଏ ସପନ
ଉପହାରେ ଆଣିଥିଲା ମୁହଁବୋଲା କିଛିଗୁଡ଼େ
ପ୍ରଚଳିତ ଲୋକ ମୁଖେ ବସ୍ତୁବାଦୀ ନିୟମ ବନ୍ଧନ,
ସେ ଥଲା ମୁଁ ଥିଲି ଆଉ ଥିଲା କିଛି ଲେଖା ବିଦଗ୍ଧ କବିତା
ତାରା ଥଲେ ଜହ୍ନ ଥିଲା ଆଉ ଥିଲା
ମୁଠାଭରା ମୁଠାଏ ଶୂନ୍ୟତା………
ଥିଲା କିଛି ଫେଣ୍ଟା ଫେଣ୍ଟି ପ୍ରେମ ଆଉ କାମମିଶା ରୁଗ୍ନ ଶାଳୀନତା
ହସୁଥିଲା ଅରୁନ୍ଧତୀ -ଆସୁଥିଲା ରାତ୍ରୀର ପାହାନ୍ତି
ଏଣେ ତେଣେ ବିଞ୍ଚି ହୋଇ ପଡ଼ି଼ଥିଲା ଅର୍ଦ୍ଧସତ୍ୟ ଭାବନାର
କେଉଁ ଏକ ଦୁସ୍ଥକବି ସ୍ମୃତିମିଶା ପ୍ରେମକିମ୍ବଦନ୍ତୀ…. ।।
ନାସିକେଶ୍ୱର, କାକଟପୁର, ପୁରୀ