ଜୀବନ କବିତା - ନିଶିକାନ୍ତ କହଲସିଂହ

0

ସ୍ମୃତି ପାଠାଗାରେ ମୁଁ ମୁଗ୍ଧ ପାଠକ
ମୋ ଜୀବନ କବିତାର,
ଏକା ବସି ଦେଖେ ଜୀବନ ନାଟକ
ମୁଁ ନିଜେ ନାୟକ ଯା’ର ॥
ମୁଁ ମତେ ଖୋଜୁଛି ପିତାମହ ପରି
ଶରଶଯ୍ୟାରେ ଶୋଇ,
ଦୂର ଆକାଶଟା ଦୂରାଏ ମୋ ଦୁଃଖ
ଜୀବନର ଗୀତ ଗାଇ ॥

ଧନ ଜନ ମାନ ସବୁତ ପାଇଛି
କି ଲୋଡା ଜୀବନେ ଆଉ,
ତଥାପି ଜୀବନ ଖାଲି ଖାଲି ଲାଗେ
ସବୁକିଛି ଥାଉ ଥାଉ ॥
ପାପ ପୂଣ୍ୟର ପଥରେ ମୁଁ ଏକ
କ୍ଳାନ୍ତ ପଥିକ ସାଜି,
ସାରା ଜୀବନ ମୋ ବିତାଇ ଦେଲିଣି
ଜୀବନକୁ ଖୋଜି ଖୋଜି ॥

ଏନ୍ତୁଡିରୁ ଜୁଇ ଏ ଜୀବନ ଯାତ୍ରା
ସୁଖ ଯେତେ ଦୁଃଖ ସେତେ,
ମୁଁ ତ ଲୋଡିନାହିଁ ଜୀବନେ କାହାକୁ
କିଏ ବା ଲୋଡିବ ମତେ ॥


Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ