କବିର କବିତା…
ରାତାରାତି ପାଲଟୁ ସବିତା,
ଶୋଷିନେଉ ସମାଜରୁ
ପାପ, ତାପ, କଳଙ୍କ କାଳିମା
ତିମିର ବିଧ୍ଵଂସି ହେଉ
ରୂପେ ଅନୁପମା…..॥
କବିର କବିତା…….
ରୂପ ନେଉ କୁସୁମ କଳିକା
ତା’ ସୁବାସେ ପ୍ରତି ପ୍ରାଣ ହେଉ ପୁଲ୍ଲକିତ
ଝରିଯାଉ ସ୍ନେହ, ପ୍ରେମ ପ୍ରଣୟ ବାରତା ॥
କବିର କବିତା….
ଶବ୍ଦର ଶାଗ ପଟାଳି
ସ୍ମୃତିର ନାୟିକା
ଆଣିଦେଉ ପ୍ରେରଣାର ପଟୁଆର
ଶାନ୍ତିର ବାରତା,
କବିର କବିତା….
ପ୍ରାଣକ୍ରିୟା, କଳ୍ପନା ଓ ପ୍ରଯୁକ୍ତିର
ତ୍ରିବେଣୀ ସଙ୍ଗମ,
ତା’ ଆଲୋକେ ଲିଭିଯାଉ
ଆଧୁନିକ ସଭ୍ୟତାର… ॥