
ଦେଖିବାକୁ ପୁରା କଳାରାତି ଆକାଶର ଜହ୍ନ ପରି, ଯାହାର ବେକରେ ଗୋଟେ ଧଳା ଚନ୍ଦ୍ର ପରି ଏକ ଛୋଟ ଦାଗ ଥିଲା । ଚକ୍ଷୁରୁ ଏକଦମ ମତୁଆଲ ଏବଂ ଚେହେରାରୁ ପୁରା ବୋକା ଏବଂ ବେକରେ ଏକ ଲାଲ୍ ବ୍ୟାଣ୍ଡ, ସେ ଆଉ କେହି ନୁହିଁ "ମ୍ୟାଡି" ଆମର ପୋଷା କୁକୁର...... ।
କୁକୁରକୁ ଯଦି କୁକୁର କହିଦେବା ତାହେଲେ କୁକୁର ରଖିଥିବା ଲୋକେ ହୁଏତ ରାଗିଯାଇ ପାରନ୍ତି... ଯେ କୁକୁର ! କୁକୁର ନୁହଁ ବରଂ ଘର ସଦସ୍ୟ ଏବଂ ତାଠାରୁ ବି ବଡ କିନ୍ତୁ କୁକୁର ତ କୁକୁର ନା....ଆଜ୍ଞା । କୁକୁରକୁ...... କୁକୁର କହିଦେଲେ ସତରେ ଆପଣ ବଡ଼ ଅପରାଧ କରିପକାଇବେ କିଛି କୁକୁର ପ୍ରେମୀଙ୍କ ର ନଜରରେ । ସତେ ଯେପରି ସେ କୁକୁର ନୁହେଁ । କିନ୍ତୁ ସତ କହିବାକୁ ମଣିଷ, ସେ ମଧ୍ୟ ଏକ କୁକୁର । ଗ୍ରହଣ କର ଯେ ମଣିଷ ନହେବା ଗୁଣ ତାକୁ ଆମଠାରୁ ଅଲଗା କରିଥାଏ । ଜେଜେ ମ୍ୟାଡି କୁ ତାଙ୍କର ଜଣେ ସାଙ୍ଗ ଙ୍କ ଡଗ ଫାର୍ମରୁ ଆଣିଥିଲେ । କିନ୍ତୁ ସେ ଯାହା ହେଉ, ଆସିବା ମାତ୍ରେ ହିଁ ପୁରା ବସ୍ତିରେ ନିଜର ପକ୍କା ଜୋର୍ ଜମାଇ ନେଲା ମ୍ୟାଡି । କାରଣ ବସ୍ତିର ଏକମାତ୍ର ସୁନ୍ଦରୀ କୁକୁରକୁ ପ୍ରେମ କରି ବସିଥିଲା । ଏହାକୁଦେଖି ବାକି ରାସ୍ତାର କୁକୁରମାନେ ଏହାକୁ ବଡ଼ ଘୃଣା ଚକ୍ଷୁରେ ଦେଖୁଥିଲେ ।
କିନ୍ତୁ ମ୍ୟାଡି ଶୀଘ୍ର ଆମଘରର ରୁଲ ରେଗୁଲେସନ ଶିଖିଯାଇଥିଲା । ଯେପରିକି ଚୋପା ନ ଚୋବାଇବା, ଏବଂ ଜେଜେମା ଠାରୁ ଦୂରରେ ରହିବା । ଜେଜେମା ଙ୍କୁ ଗୃହର ସର୍ବୋଚ୍ଚ କମାଣ୍ଡର କୁହାଯାଉଥିଲା । ଜେଜେ ମଧ୍ୟ ତାଙ୍କୁ ଡରୁଥିଲେ ।
ମ୍ୟାଡି ର ଏପରି ଅଭ୍ୟାସ ଥିଲା, ଯାହା କେବେ ସୁଧାରି ହେଲା ନାହିଁ । ଆମ ଘରର ଗେଟ୍ ଯେତେ ବେଳେ ଖୋଲା ଦେଖେ ତତକ୍ଷଣାତ୍ ମ୍ୟାଡି ର ଅଙ୍ଗ ପ୍ରତ୍ୟଙ୍ଗ ତାକୁ ବାହାରକୁ ଯିବାକୁ ଡାକେ । ପାଗଳ ସବୁବେଳେ ତାର ହୃଦୟ କଥାକୁ ଶୁଣୁଥିଲା କାହାକୁ ଖାତିର ନାହିଁ । ତେଣୁ ସେ ପୁରା ଗାଁ ଗାଁ ବୁଲିବାକୁ ଯାଉଥିଲେ । ଜେଜେ ତାକୁ ଖୋଜିବା ପାଇଁ ତାର ପଛେ ପଛେ ଧାଏଁ ଆସୁଥିଲେ ଏବଂ ପ୍ରତ୍ୟେକ ଥର ସେ ଏପରି ଅଜବ ଅବସ୍ଥାରେ ଘରକୁ ଫେରି ଆସେ । କାରଣ, ଗାଁରେ କେବଳ ଗୋଟିଏ କୁକୁର ଥିଲା ଯିଏ କି କପଡା ପିନ୍ଧୁଥିଲା । ତା’ପରେ ବାକି କୁକୁରମାନେ ତା’ର ରହଣି ଚାଲିଚଳନ ଏବଂ ଆଚରଣ ପ୍ରତି ଟିକେ ଈର୍ଷା କରୁଥିଲେ । ତେଣୁ ବେଳେବେଳେ ସେ ଅନ୍ୟ କୁକୁରମାନଙ୍କ ସହିତ ଲଢେଇ କରିବା ପରେ ଆସୁଥିଲେ । ଥରେ ସେ ନିଜ ଜ୍ୟାକେଟକୁ ଏକ ପୋଲରେ ଟାଙ୍ଗି ଆସିଥିଲା । ପୁରା ସିନେମା ଷ୍ଟାଇଲ ।
ଦିନକ ର ଘଟଣା... । ଥରେ ତିନି କିମ୍ବା ଚାରିଦିନ ପାଇଁ ମ୍ୟାଡି କୌଣସି ସ୍ଥାନରେ ମିଳିଲା ନାହିଁ ବହୁତ୍ ଖୋଜି ସରିଲା ପରେ ମଧ୍ୟ । ପରେ ସକାଳେ ସ୍କୁଲକୁ ଯିବାବେଳେ ବସ୍ ର ଝରକା ପାଖଠାରୁ ପଡୋଶୀ ଗାଁ ଦେଇ ଗଲାବେଳେ ମୁଁ ଏକ କୁକୁର ଦେଖିଲି.... ଯାହାକୁ ମୁଁ ଆମ ମ୍ୟାଡି ଭଳି ଅନୁଭବ କଲି । ତେଣୁ ମୁଁ ସଙ୍ଗେ ସଙ୍ଗେ ଯାଇ ଜେଜେଙ୍କୁ କହିଲି ସେ ବୋଧହୁଏ ଆମ କୁକୁର । ମୋର ଥରୁଟେ କହିବା ମାତ୍ରେ ହିଁ ଜେଜେ ଯାହା ସମ୍ଭବ ତାହା ପ୍ରୟାସ କରିଥିଲେ ତାକୁ ଖୋଜିବା ପାଇଁ । ଆମେ ଆମ ଗାଁରେ ଏବଂ ପାଖ ଗାଁ ରେ ଟିକିଏ କଥାବାର୍ତ୍ତା କରିଥିଲୁ, ଏବଂ ଏହା ଜାଣିବାକୁ ମିଳିଲା ଯେ ପାଖ ଗାଁ ରେ ତିନି କିମ୍ବା ଚାରି ଦିନ ପୂର୍ବେ ଗାଁର ଜଣେ ବ୍ୟକ୍ତି ମ୍ୟାଡିଙ୍କୁ ଏକ ଭ୍ୟାନରେ ଜବରଦସ୍ତି ପୁରେଇ ନେଇଯାଉଥିବା ଦେଖିଥିଲେ । କାରଣ କୌଣସି ଲୋକର ଲୋଭ ହେବ ସେ ଭଳିଆ କୁକୁରକୁ ଚୋରି କରିନେବାକୁ । ବର୍ତ୍ତମାନ ଗାଁରେ କ’ଣ ଘଟୁଛି ଯେ ଅନେକ ଥର ସୁନ୍ଦର୍ କୁକୁରମାନେ ମୁକ୍ତ ଭାବରେ ବୁଲିବା ମାତ୍ରେ ଚୋରି ହୋଇଯାଉଛନ୍ତି ।
ତେଣୁ ଜେଜେ ଖବର ପାଇବା ମାତ୍ରେ ହିଁ ପଡୋଶୀ ଗାଁରେ ପଚରା ଉଚରା କରି ଏକ ଲୋକ କ୍ରୁସର କେଜ୍ ରଖିଥିବା ବିଷୟ ଜାଣିବାକୁ ପାଇଲେ । ଜାଣିବା ପରେ ହିଁ ସନ୍ଧ୍ୟା ରେ ମୁଁ ଏବଂ ଜେଜେ.... ମ୍ୟାଡି କୁ ଖୋଜିବା ପାଇଁ ବାହାରି ଗଲୁ । ବହୁତ୍ ଲୋକଙ୍କୁ ପଚରା ଉଚରା କଲା ପରେ ଗାଆଁ ର ଟିକେ ଦୁରେ ତା’ପରେ ରାସ୍ତାରେ ଦୁଇଜଣ ବ୍ୟକ୍ତି ଥିଲେ, ଯେଉଁମାନଙ୍କ ସହିତ ଗୋଟିଏ କୁକୁର ଥିଲା ଯାହା ପୁରା ମ୍ୟାଡି ପରି ଦେଖିବାକୁ.... । ଜହ୍ନରାତିର ଆକାଶ ପରି ମୁଁହ ଥିଲା, ବେକରେ ଧଳାଚନ୍ଦ୍ର ପରି ଏକ ଛୋଟ ପଟି ଥିଲା, ଏବଂ ମତୁଆଲ ଆଖି ଏକ ନମ୍ବର । ମ୍ୟାଡି ର ଵେକରେ ଥିବା ଲାଲ ରଙ୍ଗର ଚାପ ମୋଟାମୋଟି ସ୍ପଷ୍ଟ ଭାବରେ ଦେଖା ଯାଉଥିଲା ଯେ ସେ ଚାରି ଦିନ ଭୋକରେ ଥିଲା । ଜେଜେ ସିଧା ଯାଇ ସେ ଲୋକର ଗାଲରେ ଗୋଟେ ଚାପୁଡ଼ା ଲଗାଇଲେ । ତା ପରେ କ’ଣ ହେଲା ପଚାରନ୍ତୁ ନାହିଁ, ଏହାର ଅର୍ଥ ବିଲକୁଲ ସିନେମା ଷ୍ଟାଇଲ । ପରେ ମ୍ୟାଡି କିନ୍ତୁ ତାଙ୍କ ସାଥିରେ ଘରକୁ ଫେରି ଆସିଲା ।
ଜୀବନରେ ତ ସବୁ ଲାଗିରହିଛି ! ଦିନେ ଆମେ ଆମ ଘରର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟଙ୍କୁ ହରାଇଲୁ । ଜେଜେ ଓ ଆମେ ଅନୁଭବ କଲୁ ଯେ, ଭାଗ୍ୟ ଆମ ସହିତ ବହୁତ ଜୋର୍ ରେ ମଜାକ ଖେଳ ଖେଳିଛି । କାରଣ ଆମେ ବିଶ୍ଵାସ କରିପାରିଲୁ ନାହିଁ ଯେ ଆମେ ଏତେ କମ ସମୟ ମଧ୍ୟରେ ଜେଜେଙ୍କୁ ହରାଇଛୁ । ଆମେ ପ୍ରତ୍ୟେକ ଦିନ କାନ୍ଦି ଅବା ଭିନ୍ନ ଭିନ୍ନ ଭାବରେ ନିଜ ଦୁଃଖ ପ୍ରକାଶ କରୁଥିଲୁ, ଆମେ ସିନା ମଣିଷ... କିନ୍ତୁ ମ୍ୟାଡି ବିଷୟରେ କ'ଣ ? ମ୍ୟାଡି, ସେ ନା ପ୍ରେମ ନା ତର୍କ ନା ଆଉକିଛି ଭାବରେ ତାର ଦୁଃଖକୁ ପ୍ରକାଶ କରିବାରେ ସକ୍ଷମ ହେବ !! ତାକୁ କିଏ ଅବା କିପରି ବୁଝାଇବା ଉଚିତ ଏବଂ ସେ କିପରି ସ୍ୱୀକାର କରିବା ଉଚିତ । ଜେଜେଙ୍କ ବିୟୋଗ ପରେ କିଛିଦିନ ପାଇଁ ଘରେ ଶୋକ କରାଯାଇଥିଲା । ବହୁତ୍ ଲୋକ ଘରକୁ ଶୋକସଭାରେ ଆସୁଥିଲେ । ତେଣୁ ମ୍ୟାଡି କୁ ଭିଡରୁ ରକ୍ଷା କରିବା ପାଇଁ ଆମେ ତାକୁ ଏକ ବନ୍ଦ କୋଠରୀରେ ବାନ୍ଧି ରଖୁଥିଲୁ । କିନ୍ତୁ ସେ ବି ଗୋଟେ ଜୀବ... ତାର ମଧ୍ୟ ପ୍ରେମ, ଶ୍ରଦ୍ଧା ରହିଛି, ଯଦି ସେ ଜୋରରେ ପାଟିକରେ..., ସମସ୍ତେ ବୋଧେ ଭାବିବେ ଯେ, ସେ ଭୋକିଲା ଥିବ । କିନ୍ତୁ ତାହା ନୁହେଁ !
କିଛିଦିନ ପରେ ଦୁଃଖ ସମାପ୍ତ ହେଲା କିନ୍ତୁ ମନରେ ଦୁଃଖ ରହିଗଲା । ଘରେ ନୀରବତା ଥିଲା । ସାରନାଟା ସମସ୍ତ ଶାନ୍ତି ଭଙ୍ଗ କରୁଥିଲେ । ସମୟ ବିତିବା ପରେ ମ୍ୟାଡି ମଧ୍ୟ ବହୁତ ଶାନ୍ତ ହୋଇଗଲା । ବୋଧହୁଏ ସେ ମଧ୍ୟ ଅନୁଭବ କରିବାକୁ ଲାଗିଲା ଯେ, ଘରେ ତ କାହାର ଅଭାବ ଦେଖାଦେଇଛି । ବର୍ତ୍ତମାନ ସେ ଆଉ ଜେଜେମା କୁ ଡରୁ ନଥିଲା କେବଳ ଚୁପ୍ ଚାପ୍ ଜେଜେମା ଙ୍କ ସହିତ ଗୋଟେ କୋଣରେ ପଡ଼ି ରହିଥାଏ ।
ଆମର ଏକ ବଡ ପରିବାର, ଆଠଜଣ ସଦସ୍ୟ, କିନ୍ତୁ ସତ କହିବାକୁ ଗଲେ, ପ୍ରତ୍ୟେକ ବ୍ୟକ୍ତି ନିଜ ଭିତରେ ଏକୁଟିଆ ରୁହନ୍ତି । କେବଳ ମ୍ୟାଡି, ଯିଏ ବେଳେବେଳେ ସମସ୍ତଙ୍କ ପାଖକୁ ଯାଏ ଏବଂ ତାଙ୍କୁ ଅନୁଭବ କରାଏ ଯେ, ସେମାନେ ଏକୁଟିଆ ନୁହଁନ୍ତି ।
ଜେଜେ ଚାଲିଯିବାର କିଛି ଦିନ ପରେ, ସେ ଘଣ୍ଟା ଘଣ୍ଟା ଧରି ଘରର ଦ୍ୱାରରେ ବସି ବାହାରେ ଦେଖୁଥାଏ ଏବଂ ମନେ ମନେ ଭାବୁଥାଇପାରେ ଯେ, ତାଙ୍କର ପ୍ରିୟ ମଣିଷ ଜଣକ କୌଣସି ସ୍ଥାନକୁ ଯାଇଛନ୍ତି, ପୁଣି ଫେରି ଆସିବେ... ଯେପରି ସେ ନିଜେ ଫେରି ଆସୁଥିଲା । ମଝିରେ ମଝିରେ ଯେତେବେଳେ ଘରର ଫାଟକ ଖୋଲାଥିଲା ଦେଖେ, ମ୍ୟାଡି ଦୌଡ଼ି ପଳାଉଥିଲା, ବେଳେବେଳେ ଲାଗୁଥିଲା ବି... ସେ ଜେଜେ ଙ୍କୁ ଖୋଜିବାକୁ ବୋଧେ ପଳାଉଥିଲା । କିନ୍ତୁ ପୁଣି... ଗରିବ ଲୋକ ପରି କ୍ଳାନ୍ତ ହୋଇ ଘରକୁ ଫେରି ଆସୁଥିଲା । ସେହିଦିନଠାରୁ ସେ ଘରକୁ ଫେରିବା ବାଟକୁ ମନେ ପକାଇଲେ, କିନ୍ତୁ ଯେତେବେଳେ ସେ ବୁଝି ପାରିଲା ଯେ, ନ ଥିଲା ବାଲା ଆଉ ଏହି ଦୁନିଆଁକୁ ଫେରି ଆସେନାହିଁ ।
କିନ୍ତୁ କୁକୁରମାନେ କେତେ ନିସ୍ଵାର୍ଥ... !! ନା ଆମଠାରୁ କିଛି ଆଶା ନା ଅଭିଳାଷ ନା ସେମାନଙ୍କର କୌଣସି ଅଭିଯୋଗ ଆମ ପାଖରେ, ସେମାନେ କେବଳ ଆମ ସହିତ କିପରି ରହିବେ ସେଟା ହିଁ ଜାଣନ୍ତି । ସେମାନେ ଆରମ୍ଭରୁ ଆମକୁ ଚିହ୍ନିବାକୁ ଓ ଜାଣିବାକୁ ଚାହାଁନ୍ତି । ସେମାନେ ଆମର ସମସ୍ତ ସ୍ପର୍ଶ ଅନୁଭବ କରନ୍ତି । ଆମେ କୁକୁରକୁ ଆମର ବନ୍ଧୁ କରୁନାହୁଁ ବରଂ ସେମାନେ ଆମକୁ ସେମାନଙ୍କର ବନ୍ଧୁ କରନ୍ତି । ତେଣୁ ପ୍ରତ୍ୟେକ କାହାଣୀର ଏକ ସୁଖଦ ବା ଦୁଃଖଦ ସମାପ୍ତି ଅଛି । ମଣିଷ ପଛେ ଭୂଲିଯାଏ, କିନ୍ତୁ ଗୋଟିଏ କୁକୁର ପଶୁଟିଏ ହୋଇ ବି ମଣିଷକୁ ମୃତ୍ୟୁ ପର୍ଯ୍ୟନ୍ତ ଭୁଲେ ନାହିଁ...।
ଆୟୁଷ ବଢ଼ାଇ
ସ୍ନାତକ ୨ୟ ବର୍ଷ ବାଣିଜ୍ୟ,
ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ୱଲପୁର