
ଲେଖୁଛି, ଗାଉଛି, ଆଙ୍କୁଛି,
ପ୍ରତିଯୋଗିତାକୁ ଯାଉଛି
ପୁରସ୍କାର ମଧ୍ୟ ପାଉଛି
କେଜାଣି ମୁଁ କ'ଣ ଅଧିକା କରୁଛି ?
ମୋ ସାଥି ବନ୍ଧୁଙ୍କ ଘରେ
ମୋଅରି ପ୍ରଶଂସା ଚାଲିଛି,
ଆଜି ସେମାନଙ୍କ ପାଇଁ
ଉଦାହରଣଟେ ସାଜିଛି
ଗୁରୁଜନଙ୍କଠାରୁ ଆଶିଷ ପାଉଛି ।
ତଥାପି ମୁଁ ଘରେ
ଗାଳି ଶୁଣୁଛି ମାଡ଼ ବି ଖାଉଛି,
ମାମା କୁହନ୍ତି,
ଏଇ ତ କେବଳ ଆରମ୍ଭ ହୋଇଛି ।
ଆଗକୁ କେତେ ଯେ ବାଟ ପଡିଛି....
ମୁଁ ମୋଅର ସମସ୍ତ ଚେଷ୍ଠା କରୁଛି
ଭଲରୁ ପୁଣି ଉତ୍ତମ ହେବାକୁ,
ସଭିଙ୍କ ଗହଣେ ଶ୍ରେଷ୍ଠ ହେବାକୁ ଚାହୁଁଛି
ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ
ଅନନ୍ତ ପ୍ରୟାସ କରୁଛି ।
ଚିକିଟିଗଡ, ଗଞ୍ଜାମ