ଧନ୍ୟବାଦ୍ ଶେଷ କିଷାନ - ଡକ୍ଟର ଶରତ କୁମାର ଚଉଁରୀ

0
ସାମାଜିକ ଗଣମାଧ୍ୟମରେ
ନାଆଁଟିଏ ରହିଛି ଚର୍ଚ୍ଚାରେ
ଓଡ଼ିଶା ରାଜ୍ୟର ସନ୍ତାନ
ନାମ ଅଟେ ଶେଷ କିଷାନ
ପରିଶ୍ରମ ଆଉ ସାଧନା ବଳରେ
ଯୁବ ବୈଜ୍ଞାନିକ ଜର୍ମାନୀ ଦେଶରେ ।
ସମ୍ବଲପୁରେ ବଲାସିଂହା ରେ
ଜନମ ଆଦିବାସୀ କୁଳରେ
ବାଲ୍ୟକାଳୁ ମାଙ୍କୁ ହରାଇଲେ
ପଢୁଥିଲେ ବାପା ଚାଲିଗଲେ
ଦିନ ମଜୁରିଆ ହୋଇ କାମକଲେ
ଦୁଃଖ କଷ୍ଟ ସହି ସେ ପାଠ ପଢିଲେ । 
ନବୋଦୟ ରେ, ନାଇଜର ରେ
ପ୍ରଥମ ହେଲେ ସେ ପରୀକ୍ଷାରେ
ଜର୍ମାନୀ ବିଶ୍ଵ ବିଦ୍ୟାଳୟରେ
ପାଠ ପଢି ବୈଜ୍ଞାନିକ ହେଲେ
ଓଡ଼ିଆ ବିବାହରୁ କନ୍ୟା ବାଛିଲେ
ଜୟଶ୍ରୀ ଜେନାଙ୍କୁ ବିବାହ କରିଲେ ।
ଶେଷଦେବଙ୍କଠାରୁ ଶିଖିବା
ଧୈର୍ଯ୍ୟ ଧରି କର୍ମ କରିଯିବା
ସଫଳତା ପାଇଁରେ ଲଢ଼ିବା
ହାରିବାନି ଆମେରେ ଜିତିବା
ଧନ୍ୟବାଦ୍ ଘେନ ଡକ୍ଟର କିଷାନ
ବିଶ୍ବରେ ରଖ ଓଡ଼ିଆଙ୍କ ସମ୍ମାନ ।

ଡକ୍ଟର ଶରତ କୁମାର ଚଉଁରୀ

ସଂ: ଶିଶୁ ଦରବାର, ଟିଚର୍ସ କଲୋନି, ପିପିଲି, ପୁରୀ

Post a Comment

0Comments
Post a Comment (0)

ସୋସିଆଲ ନେଟୱାର୍କରେ ସେୟାର କରନ୍ତୁ