
ଶୀର୍ଷକ : | କୋକୁଆ ଭୟ |
ବିଷୟ : | କଣ ଗୋଟିଏ ରୋଗ ଆସିଛି ବୁଝି ହେଉନି ଇଚ୍ଛା ଥିଲେ ବି କାହାକୁ କିଛି କହି ହେଉନି ହଁ କହିଲେ ଶୁଣିବ ବା କିଏ ଶୁଣିଲେ ମାନୁଛି କିଏ ଗରିବ ଯାତନା ପାଏ ଧନୀର କଣ ବା ଯାଏ ।। ନୀତି ନିୟମ ଅଦ୍ଭୁତ ଏଠି ଶୁଣିଲେ ଲାଗେ କାବା ବିରାଡ଼ି ଯଦି ବୈଷ୍ଣବ ହେବ ନେତାଏ ହେଲେ ବାବା ବଞ୍ଚିବା ନାଁରେ ଖାଇଲୁ ପାହାର ପେଟ କଥା କିଏ ବୁଝିବ ରୋଗରେ ମରିବା ଆଗରୁ ଭୋକରେ ମରନ୍ତି ଏଠି କିଏ ଜାଣିବ ।। ଋଣ କରି ମୋଟର ଚଲାନ୍ତିି ଫୁଟାଣୀ ତାଙ୍କର କେତେ ଭାସିଗଲେ ପଛେ ଯାଉ ଦେଶ କିଏ ପଚାରୁଛି ମୋତେ ବିକି ଭାଙ୍ଗି ସବୁ ଖାଇଦେବା ଅଛି ପୈତୃକ ସମ୍ପତ୍ତି ଯେତେ ପର ପିଢ଼ି ପାଖେ ଖାଇବାକୁ ନ ଥାଉ ଆମର ଯାଉଛି କେତେ ।। ଭବିଷ୍ୟତ ହୋଇ ଯାଉ ଅନ୍ଧକାର କଣ ମିଳିବ ମୋତେ ନାଁଟି ମୋର ଶିଳା ପରେ ଲେଖା ଥିଲେ ଛାତି ମୋ ଫୁଲି ଉଠେ ସତେ ।। ରାକେଶ ସାହୁ |
ବିଭାଗ : | କବିତା |
ଲେଖକଙ୍କ ନାମ : | ରାକେଶ ସାହୁ |
ଠିକଣା : | 219/2626 sastrinagar Bhubaneswar Odisha India |
ଫୋନ : | |
ଇମେଲ : |