
ଶୀର୍ଷକ : | ସମୟ ଓ ସମ୍ପର୍କ |
ବିଷୟ : | ସମୟ ହିଁ କହିଦିଏ ସମ୍ପର୍କର ମାନେ ଦୀର୍ଘ ଉତ୍ତର ନୃତ୍ୟ କରେ ଯେବେ ସଂକ୍ଷିପ୍ତର ଧ୍ୱନେ । ଅସମ୍ଭାଳ କୋହ ସବୁ ହୃଦୟୁ ଉତୁରି ଯାଏ ନାକ ଦେଇ ଓଠ ସହ ଦିନେ ଭେଟ ହୁଏ, ଭିଯାଏ ଓଠରୁ ଶରୀର ଯାଏଁ ଯେତେ ସବୁ ହୃଦୟର ପ୍ରେମପ୍ଲୁତ ବାସ୍ନାୟିତ ସ୍ନାୟୁ ବିଭୋରେ ନିଜସ୍ୱ ସାମର୍ଥ୍ୟ ହରାଏ ଧର୍ଷଣ କରେ ଅନ୍ଧାରୁଆ ଘରେ ନିଜ ଅସଜଡ଼ା, ଅଭଦ୍ର ଆଶାକୁ ମନର ଆକ୍ରୋଶରେ । କେଇ କ୍ଷଣ ହଜିଯାଏ ଅତୀତର ଛଳନା ସାଥିରେ, ଭିଜେଇଦିଏ ମନକୁ ଅବୁଝା ସଙ୍ଗୀତର ସ୍ୱରେ ଆଙ୍କିଦିଏ ଲକ୍ଷ୍ମଣ ରେଖା ନ ରହିବାକୁ ଆଉ କା\' ଅପେକ୍ଷାରେ ନ ରହିବାକୁ.....ଆଉ କା ଅପେକ୍ଷାରେ ।। |
ବିଭାଗ : | କବିତା |
ଲେଖକଙ୍କ ନାମ : | କାହ୍ନୁ ଚରଣ ସାହୁ |
ଠିକଣା : | ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି ଓଡ଼ିଶା India |
ଫୋନ : | 824-952-0880 |
ଇମେଲ : | kahnu447@gmail.com |