କବିତା - କଲମରେ ଦିଅ ବଳ - ନରେନ୍ଦ୍ର ପ୍ରସାଦ ବେହେରା

0
ଯାହାର କୋଳରେ      ହୋଇ ମୁଁ ଜନମ
         ବଢିଲି ପାଣି ପବନେ
ସେହି ମାଟି ମୋର    ଅଟେ ଜନ୍ମଭୂମି
          ଦେଖୁଛି ଦୁଇ ନୟନେ  ।୧।

ଜନ୍ମଭୂମି ଜନ୍ମ     ମାଟିର ମହତ
        ରଖିବି ପଣ କରିଛି
କରିବି ମୁଁ ସେବା   ନହୋଇ ବିମୁଖ
       ମନରେ ଯାହା ଭାବିଛି  ।୨।

କେତେ ବୀରପୁତ୍ର    ଜନ୍ମ ହୋଇ ପୁଣି
       ଶହୀଦ ହୋଇଣ ଗଲେ
ଜନ୍ମଭୂମି ମାନ    ବଞ୍ଚାଇବା ପାଇଁ
       ବନ୍ଧୁକ ଆଗରେ ମଲେ  ।୩।

ନାହିଁ ମୋ ହାତରେ    ଗୁଳି କି ବନ୍ଧୁକ
             ଧରଛି କଲମ କାଳି
ଲେଖିବି କବିତା     କାଳି ଶେଷଯାଏ
         ଜନ୍ମଭୂମି ନାମ ଭାଳି  ।୪।

ହୋଇବି ଆଦର୍ଶ    ରଖିବି ମହତ
     ଜନ୍ମଭୂମି ହେବ ସୁନା 
ସୁନାର ଭାରତେ    ସଵୁକିଛି ଅଛି
      କରିବେନି କେହି ମନା। ।୫।

ଭାରିକଷ୍ଟ ପାଏ     ଜନ୍ମ ଭୂମି ମୋର
        ପାଏନାହିଁ ଥଳକୂଳ
କରୁଛି ପ୍ରାର୍ଥନା     ଆହେ ଜଗନ୍ନାଥ
        କଲମରେ ଦିଅ ବଳ  ।୬।

 କବିତା ମାଧ୍ୟମେ   ସମସ୍ତଙ୍କୁ ଦେବି
         ସୁନ୍ଦର ସଦୁପଦେଶ
ଖୁସିହେବେ ଶୁଣି    ଏଦେଶ ଜନତା
        ଆନନ୍ଦେ ଗଢିବେ ଦେଶ  ।୭।

ଜନ୍ମଭୂମି ଜନ୍ମ    ମାଟିର ସୁରକ୍ଷା
         ପାଇଁ ହେବେ ଅଗ୍ରସର
ଆନନ୍ଦ ହୋଇବ    ଶ୍ରୀମନ୍ଦିରେ ବସି
     ଦେଖି ଏ ସୁନା ସଂସାର  ।।୮।।

ସମ୍ପାଦକ-ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

Post a Comment

0Comments
Post a Comment (0)