
ଏଜୀବନେ କିଛି ନାହିଁରେ ସଙ୍ଗାତ
ରହିଛି ଖାଲି ଯନ୍ତ୍ରଣା
ଆଖି ଲୁହ ସିନା ଆଖିରେ ମରୁଛି
ଶୁଣୁଛି କେତେ ଗଞ୍ଜଣା ।୧।
ଭଲପାଇ ଯେଵେ ଭୁଲ କରିବସ
ପାଇବ ଅନେକ ଦୁଃଖ
ଅଣ୍ଟି ଛୁରୀ ପୁଣି ତଣ୍ଟି କାଟିଦେଇ
ଛଡାଇ ନେବସେ ସୁଖ ।୨।
ସ୍ନେହ ମମତାର ପବିତ୍ର ବନ୍ଧନ
ବୁଝେନାହିଁ ଯେଉଁ ଜନ
ତା' ପାଖେ ଗୁହାରୀ କରିବୁନି ସାଙ୍ଗ
ଶୋଇଯିବୁ ଚିରଦିନ ।୩।
ମନଦେଇ ଭଲ ପାଇଥିଲେ ତାକୁ
ବିଶ୍ୱାସରେ ବିଷ ଦେବ
ଶତ୍ରୁପରି ଠିଆ ହୋଇଣ ତୋଆଗେ
ମିଛରେ ବାହୁନି ହେବ ।୪।
ବିଶ୍ୱାସରେ ବିଷ ଭରିଦେଇ ଦିନେ
ହୋଇଯିବ ସାତପର
ସ୍ବାର୍ଥପର ଏହି ଦୁନିଆରେ ସାଙ୍ଗ
କେହିତ ନୁହେଁ ନିଜର ।୫।
ନିଜର ଭାବି ମୁଁ ପାଇଥିଲି ଭଲ
ହେଲାଆଜି ସାତପର
କି କହିବି ସାଙ୍ଗ ଅନ୍ତର କାନ୍ଦୁଛି
ଭାବିଲେ ଆସୁଛି ଜ୍ବର ।୬।
ବେଶିଭଲ କେବେ ପାଇବୁନି ସାଙ୍ଗ
କହିଛି ବାଇଚଢେଇ
ଅତିବେଶି ଯଦି ଲିପିବୁରେ ଘର
ନିମିଷେ ଯିବ ଉଭେଇ ।୭।
ମିଛପାଖେ ସତ ପଡିଅଛି ବନ୍ଧା
କହିବାକୁ ନାହିଁ ବଳ
ସତ୍ଯଧର୍ମ ପଥେ ଥିବୁ ଯଦି ସାଙ୍ଗ
ଭାଙ୍ଗିବନି ମନୋବଳ ।୮।
ବିଶ୍ୱାସ ଘାତକ ସଙ୍ଗେ ବନ୍ଧୁ କେବେ
କରିବୁନି ଆହେ ସାଙ୍ଗ
ସୁଯୋଗ ପାଇଲେ ଠେଙ୍ଗା ବାଡି ଧରି
ଭାଙ୍ଗି ଦେବେ ତୋର ଠେଙ୍ଗ ।୯।
ହାତଯୋଡି ତୋତେ କହୁଛିରେ ସାଙ୍ଗ
ହେବୁନାହିଁ ବାଟବଣା
ସାରା ଜୀବନତୁ ମୋପରି କାନ୍ଦିବୁ
ଭୁଲିବୁ ସୁଖ ଠିକଣା ।୧୦।
ଯେତେ ଦୁଃଖ ପଛେ ଦେଏରେ କାଳିଆ
ସହିଯିବି ଧୈର୍ଯ୍ୟଧରି
ସଂସାରରେ କେହି ନଭୋଗୁ ମୋ ପରି
କରୁଛି ତୋତେ ଗୁହାରୀ ।୧୧।
ସମ୍ପାଦକ--ମୋ ଅନୁଷ୍ଠାନ, ଖଇରା, ବାଲେଶ୍ବର, ମୋ--୯୮୫୩୧୪୨୫୧୦