Ad

header ads

ବ୍ୟଙ୍ଗ କବିତା - ମୁଁ ରଙ୍ଗମଞ୍ଚ ସୁନ୍ଦରୀ - ଭଜରାମ ସେଠୀ


କେତେ 'ତ' ସୁନ୍ଦରୀ ଯଉବନ ନେଇ
ଜନମିଲେ ମହୀ କୋଳେ,
ଛଇଛଟା କରି ଅତର ସୁବାଷେ
ବଞ୍ଚିଛି କି ରଙ୍ଗ ବଳେ ।
ତନୂଦେହେ ତୋ'ର ଏ ଗର୍ବ କାହିଁକି
ନିଜକୁ ସୁନ୍ଦରୀ କହୁ,
ତୋ' ଠାରୁ ସୁନ୍ଦରୀ ହଜିଛନ୍ତି କେତେ
ଏ କଥା ହୃଦେ 'ନ' ନେଉ ।
ମୃଦୁ ବାଆ ହସି କହୁଥାଏ କଥା
ଫୁଲ ଦେହେ ବାଷ ଥାଏ,
ସର୍ବତ୍ର ବିତରି ଝାଉଁଳି ପଡୁଛି
ତା' ରୂପ ଭାବିଛି କିଏ ?
ଅତର ଝରୁଛି ଯେଉଁ ହୃଦେ ଦେଖ
ପ୍ରଭୁଙ୍କ ପାଦକୁ ଯାଏ,
ନତମତ ହୋଇ ପ୍ରଣାମ କରୁଛି
ଏ ଦୃଶ୍ୟ ଦେଖୁଛି କିଏ ?
ନରମ ଚରମ ସଜେଇ ହେଇଛୁ
ଅନ୍ତନାଡ଼ୀ ବିଷ୍ଠା ଘରେ,
କେଇଦିନେ ତୋ'ର ହଜିଯିବ ରଙ୍ଗ
ରହିବୁନି ରଙ୍ଗ ପୁରେ ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : ୯୫୬୬୮୭୬୫୦୪

Post a Comment

0 Comments