କବିତା - ଜହ୍ନ - କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0

ଜହ୍ନ ହେ ତୁମେ ସଞ୍ଜୁଆ ଆକାଶ
ମରକତ ମଣୀ ହୀରା
ଝଲସି ଉଠଇ ରୁପେଲି ରଙ୍ଗେ
ଶୀତଳ ଜୋଛନା ଧାରା ।।
ଶୁକ୍ଳପକ୍ଷେ ଶୁଭ୍ର କୈ।ମୁଦୀ ପ୍ରବାହେ
ଆଲୋକିତ ହୁଏ ଧରା
ଅନ୍ଧାର ଆକାଶେ ତାରକା ଗହଳେ
ରୂପ ସତେ କେତେ ତୋରା ।।

ରୋହିଣୀ ମାନସ ହଂସ ନକ୍ଷତ୍ରେଶ
କୁମୁଦ ବାନ୍ଧବ ବିଧୂ
କ୍ଷୀରାର୍ଣ୍ଣବ ସମୁଦ୍ଭବ ଶମ୍ଭୁଶୀର
ମୁକୁଟ‌ ମଣ୍ଡିତ ଇନ୍ଦୁ ।।
ଦଧି,ଶଂଖ ଆଉ ତୁଷାର ବରଣ
କ୍ଷାରାବ୍-ଧି ତନୟ ସୋମ
କ୍ଷୀ୍ରିବ୍-ଧି ତନୟା ଭ୍ରାତ ତ୍ରୀ-ଜଗତ
ଶୋଭା ରେ ମୋହିଛ ମନ ।।

କୁଆଁର ପୁନେଇଁ ଜହ୍ନ କୁଆଁରୀ
ମନକୁ କରେ ଉତ୍ତଳା
ଶରତ ରାତିର ଶରଦେନ୍ଦୁ ଶୋଭା
ପ୍ରେମି କୁ କରେ ବାଉଳା ।।
ପୁନେଇଁ ଜହ୍ନ ଅନନ୍ତ ଭୂବନ
ସୈ।ନ୍ଦର୍ଯ୍ୟ ଉପମା ଖଣି
ବନ୍ଦେ ଜଗତ୍ ଗୁରୁ ଗ୍ରହଶ୍ରେଷ୍ଠ ଚନ୍ଦ୍ର
ଦ୍ଵିଜରାଜ ପ୍ରଣମାମି ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା,  ଦୂରଭାଷ :

Post a Comment

0Comments
Post a Comment (0)