କବିତା - ଦେଖିବି କଳାବଦନ - ଧିରେନ୍ଦ୍ର ମଲ୍ଲିକ

0

କାହିଁ କେତେ ଦିନୁ ଅପେକ୍ଷା କରିଛି
ଯିବାକୁ ଶ୍ରୀକ୍ଷେତ୍ର ଧାମ,
ଡୋରି ଥରେ ଲଗା ବଳିଆରଭୁଜ
ଜପୁଅଛି ତୁମ ନାମ,,
ନେଇଯାଅ ମତେ ତୁମରି ପାଖକୁ
ଦେଖିବି କଳାବଦନ
ଜନମ ମୋହର ସାର୍ଥକ ହୋଇବ
ପବିତ୍ର ହେବ ନୟନ,,
ଆନନ୍ଦ ବଜାରେ ବୁଲୁବି ମଜାରେ
ଖାଇବି ଅବଢ଼ା ଅନ୍ନ,
ସବୁ ବିଷାଦ ମୋ ଦୁରୀଭୂତ ହେବ
ଜୀବନ ହେବ ମୋ ଧନ୍ୟ,,
ଏତିକି କରୁଣା କରିଦିଅ ବାରେ
ହେ' ପ୍ରଭୁ କୃପାସାଗର,
ପିଲାଟି ଦିଅନ୍ତୁ କେତେ ଭାବୁଅଛି
ଯିବାକୁ ଶିରୀ କ୍ଷେତର,,


ରଚନା : ଧିରେନ୍ଦ୍ର ମଲ୍ଲିକ

ଠିକଣା : ନିଳକଣ୍ଠପୁର, ମଙ୍ଗଳପୁର, ଯାଜପୁର,  ଦୂରଭାଷ : 7904392686

Post a Comment

0Comments
Post a Comment (0)