ଶିଶୁ କବିତା - ଜନନୀ ଜନମ ଭୂମି - ବୁଲୁ ବେହେରା

0

ଜନନୀ ଜନମ ଭୂମି
ସ୍ବର୍ଗାଦପି ଗରିଅସୀ,
ତୋ' କୋଳେ ଜନମିଲୁ ମା'
ଆମେ ସବୁ ଦେଶବାସୀ (ଘୋଷା) ।୧।
ଛୋଟରୁ ବଡ଼ ହୋଇଲୁ
ତୋହରି ବକ୍ଷରେ ଚାଲି,
ଖେଳି ଖେଳି ଉଡ଼ାଇଲୁ
ଆମେ କେତେ ଧୂଳିବାଲି ।୨।
ଅହିଂସାକୁ ମନେ ରଖି
ଗାନ୍ଧୀଜୀଙ୍କ ପରି ହେବୁ,
ଉତ୍କଳମଣିଙ୍କ ପରି
ଦେଶର ସେବା କରିବୁ ।୩।
ଦେଶ ଦେଶ ସବୁ ବୁଲି
ବିବେକାନନ୍ଦଙ୍କ ପରି,
ପ୍ରଚାର କରିବୁ ଆମେ
ଗତ ଗୌରବ ତୋହରି,
ଗାଇବୁ 'ତୋ' ଜୟଗୀତି
ଖୁସିରେ ମା' ମହିୟସୀ ।୪।


ରଚନା : ବୁଲୁ ବେହେରା

ଠିକଣା : କର୍ପୂର ନୂଆ ଗାଁ, ଆସିକା, ଗଞ୍ଜାମ,   ଦୂରଭାଷ : +91 98615 39620

Post a Comment

0Comments
Post a Comment (0)