କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,ମଙ୍ଗଳାଯୋଡି ,ଖୋର୍ଦ୍ଧା .
---------- ---୭ . ୧୧ . ୨୦୧୯ --- ----------
କୁହୁଡି ଚାଦର ଆବରଣ ତଳେ
ଧରଣୀ ରାଣୀ
ନୀଳାଭ ଦୁକୁଳ ଲୁଚାଇ ପାଣ୍ଡୁର
ପ୍ରାୟେ ଅବନୀ ।।
ଶିଶିର ପତନେ ସାଙ୍କୁଡି ଯାଇଛି
ଅବା ଶ୍ରୀଅଙ୍ଗ
ଶୀତ ସକାଳରେ ପ୍ରକୃତିର ରଙ୍ଗ
ଦିଶେ ବିଭଙ୍ଗ ।।
କୋହଲା ପବନ ମେରୁ ପରବତୁ
ଲହରୀ ଆସେ
ପ୍ରଥମ ସୂରୁଯ ସ୍ଵର୍ଣ୍ଣାଭ କିରଣ
ଅଦୂରୁ ଦିଶେ ।।
ସେ ରଶ୍ମୀ କୁହୁଡି ଭେଦକରି ଆସି
ପ୍ରତିଫଳିତ
ହୁଅଇ ଶିକରେ ନବ ଦୁର୍ବାଦଳେ
ହୋଇ ପତିତ ।।
ପ୍ରତୀତ ହୁଅଇ ସତେ ବସୁନ୍ଧରା
ମୁକୁତା ହାର
ଗଳାରେ ଲମ୍ଵାଇ ପ୍ରସଧନ ହୋଇ
ହୁଏ ବାହାର ।।
ଏମନ୍ତେ ପ୍ରକାରେ ପ୍ରାକୃତିକ ଚିତ୍ର
ଶୀତ ସକାଳେ
ଦେଖ ପୁରପଲ୍ଲୀ ଦିଶଇ କିପରି
ତା ପ୍ରଭାବରେ ।।
ଠାବେ ଠାବେ ନିଆଁ ଜାଳିଦେଇ ଦଳେ
ବୃଦ୍ଧ, ବାଳୁତ
ଘେରିରହି,କିଏ ଶୀତୁଆ ସକାଳେ
ଗାଉଛି ଗୀତ ।।
ବାରି ବଗିଚା ରେ ସେବତୀ,ଜିନିଆ
ମଣ୍ଡା ଫୁଲର
ମହକେ ମହକି ଯାଉଅଛି ଏଇ
ଶୀତ ସକାଳ ।।
ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଦୂରଭାଷ :
Sent via Google Forms Email