କବିତା - ବିଶ୍ଵାସ - ସରସ୍ବତୀ ପଣ୍ଡା

0
ବିଶ୍ଵାସ

ଥରେ
ବିଶ୍ୱାସ ରେ ଫେରି ଚାହିଁ
ବଦଲିଯିବ ଦୃଶ୍ୟପଟ,
ଲହୁ ଲୁହ।ଣ ମନ ଉପରେ
ଲେପି ହୋଇ ଯିବ ଭଲପାଇବାର ଚନ୍ଦନ।
ମରୁଭୂମିର ତତଲା ବାଲିର
କଣ୍ଟ। ଦାଢରେ ବି ଫୁଟିବ
ସତବର୍ଣର ଗୋଲାପ,
ଗଭୀର ଆତ୍ମିୟତାରେ
ବତୁରିଯିବ ମାଟି,
ଆକାଶରେ ଅକସ୍ମାତ ଉଇଁଉଠିବ
ଜହ୍ନ,

ଧୂସର ଶ୍ମଶାନ ଭୁଇଁରେ ଚେଇଁ ଉଠିବ ଜୀବନ।
ଆଖିଖୋଲି ଦେଖ ପ୍ରିୟତମ
ଆଗରେ ପଡିଛ ବହୁଦୂର ରାସ୍ତା
ଥରକ ପାଇଁ ନିଜକୁ ଦୃଢକରି
ବିଶ୍ୱାସରେ ଥାପିଦିଅ ପ।ଦ,
ଦେଖିବ ଉଇଁବ ସକ।ଳଟିଏ
ଗହନ ମିଛର ଅନ୍ଧାରରେ
ପ୍ର ବଞ୍ଚନାର ମିଛ ରାତିଡେଇଁ
ଫୁକିଆ ତାରା ହସୁଥିବଆକାଶ ଛାତିରେ,
ପାହାନ୍ତି ପ୍ରଭାତ ମଥ।ରେ।।


ସରସ୍ବତୀ ପଣ୍ଡା
ମ।ର୍ଫତ-ଜଗନ୍ନାଥ ପଣ୍ଡା
,ମଙ୍ଗଳପୁର-
ଜିଲ୍ଲା-ଯାଜପୁର, କନିକପଡା,755011
ମୋ-7608940823; 9777475018
E m a i l- panda, jaga25580@g mail. c o m


ରଚନା : ସରସ୍ବତୀ ପଣ୍ଡା

ଠିକଣା : ମଙ୍ଗଳପୁର, ଯାଜପୁର ଦୂରଭାଷ : ୭୬୦୮୯୪୦୮୨୩


Post a Comment

0Comments
Post a Comment (0)