ଶିଶୁ କବିତା - ତୁମେ ଶିଶୁ ବୀର - ଭଜରାମ ସେଠୀ

0
ତୁମେ ଶିଶୁ ବୀର(ଶିଶୁ କବିତା)
_______________________________

ହେ ଶିଶୁ ସମ୍ବଳ ପ୍ରଗତିର ଦଳ,
ଦେଶ ପ୍ରାଣେ ବଳ ତୁମେ ହିଁ ଚଞ୍ଚଳ ।୧।
ଶାନ୍ତିର ଭବିଷ୍ୟ ସତ୍ୟ ଧର୍ମ ଶିଷ୍ଯ,
ଜାଗୃତ ଅବସ୍ଯ, ବୀର ଗୁଣେ ହାସ୍ୟ ।୨।
ମା' ପରସା ଭାତ , ଯୋଦ୍ଧା ପୁତ୍ର ଜାତ,
ସୁନ୍ଦର ଭାରତ, ବୀର ରଣ କ୍ଷେତ ।୩।
ମାଆର ମମତା ଫୁଲମାଳ ଗୁନ୍ଥା,
ହେ ବୀର ବିଜେତା, ଧର ନ୍ଯାୟ ପନ୍ଥା ।୪।
ତୁମେ ଅଟେ ବୀର,ସତ୍ୟର ଆଧାର,
ତୁମେ ହିଁ ଚତୁର, ଯୋଦ୍ଧା ଗନ୍ତାଘର ।୫।
ପ୍ରାଣର ପ୍ରତୀକ, ଶିକ୍ଷକ, ଭାବୁକ ,
ବୀର ପଣେ ଶ୍ରେଷ୍ଠ, ତୁମେ ବୀର ଲୋକ ।୬।
ବୀର କରେ ଜପ, ପ୍ରାଣେ ବଳି ତପ,
ମାଆ ପାଦେ ଦୀପ, ରକ୍ତ ପିଣ୍ଡ ଧୂପ ।୭।
ହେ ରକ୍ତ ରଞ୍ଜିତ, ସତ୍ୟ ଭୀଷ୍ମ ମିତ,
ବୀର ଶିଶୁ ସୁତ, ପ୍ରତିଜ୍ଞା ଦୀକ୍ଷିତ ।୮।
ପ୍ରତିଜ୍ଞା ପଣରେ, ଭୀଷ୍ମ ଶଯ୍ଯା ପରେ,
ସତ୍ୟ ଧର୍ମ ଧାରେ, ବୀର ପୁତ୍ର ମାରେ ।୯।
ମାଆର ମମତା, ବୀରର କବିତା,
ପ୍ରାଣେ ବଳି ନେତା, ଧନ୍ଯ ସେ ସଂହିତା ।୧୦।
ତୁମେ ଶିଶୁ ବୀର , ଅଟଳ ଆକାର ,
ଧର୍ମ ଶିଶୁବୀର , ଯୋଦ୍ଧା ସୁରେନ୍ଦର ।୧୧।
ତୁମେ ଶିଶୁ ବୀର , ଦଗ୍ଧ ଦିବାକର,
ଧନ୍ଯ କର୍ମ ବୀର,ହିଂସା ତିରଷ୍କାର ।୧୨।
ତୁମେ ଶିଶୁ ବୀର, ସତ୍ୟ ଆବିସ୍କାର,
ତୁମେ ଶିଶୁ ବୀର, ସୈନିକ ସମର।୧୩।
ହେ ଶିଶୁ ସୈନିକ, ତୁମେ ଯେ ନିର୍ଭୀକ,
ଜାତୀୟ ପ୍ରତୀକ, ରଖ ତୁମେ ଟେକ ।୧୪।
_______________________________
ଭଜରାମ ସେଠୀ, ନିରାଳ, ଗଞ୍ଜାମ, ଓଡ଼ିଶା


ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଗଞ୍ଜାମ ଦୂରଭାଷ : 9566876504


Post a Comment

0Comments
Post a Comment (0)