#ସଂସ୍କାର ଧର୍ମୀ #
ଅକ୍ଷର ଚିହ୍ନିଲେ ଅକ୍ଷରା ସାଜିବ
ସାକ୍ଷର ହୋଇଲେ ସ୍ୱାକ୍ଷରା
ନତମସ୍ତା ହୋଇ ପଥ ଚାଲୁଥାଇ
ସେ ନୁହଁଇ କେବେ ମୁଖରା।।
ସମ୍ଭବ ଶବ୍ଦଟି ସ୍ୱଭାବ କରାଏ
ସକାରାତ୍ମତାକୁ ଆଦରେ
ଅସମ୍ଭବ ବୋଲି ଆଚରିଲେ ପ୍ରାଣୀ
କ୍ରନ୍ଦନ କରଇ ମହୀରେ ।।
ସଂସ୍କାରକୁ ଧରି ବାଟଚାଲେ ଯିଏ
ସଦାଚାର ତାର ଭୂଷଣ
ସମର୍ପି ଦିଏସେ ଜୀବନ ଜଞାଳ
ସମାଜେ ନହୁଏ ଶୋଷଣ।।
ସତ୍ୟ ଧର୍ମ ନ୍ୟାୟ ଭୂଷଣ ଯାହାର
ସାହିତ୍ୟର ଗାଥା ଗାଇବ
ସର୍ବସାଧାରଣ ମର୍ଯ୍ୟାଦା ମନ୍ତ୍ରରେ
ସ୍ୱକୀୟ ସମ୍ମାନ ପାଇବ ।।
ସମାଲୋଚନାତ ନୁହେଁ ଏକମନ୍ତ୍ର
ସଂସ୍କାର ପାଇଁ ମହୌଷଧି
ଅନନ୍ୟାକହିବ ଭବିଷ୍ୟତ କଥା
ଆମେ ସବୁ ତା ପ୍ରତିନିଧି ।।
ଡା ମହେନ୍ଦ୍ର ପ୍ରସାଦ ଦାସ।
(ଦୂର୍ବାଦଳ)
ବୈପାରିଗୁଡା, କୋରାପୁଟ
ବୈପାରିଗୁଡା, କୋରାପୁଟ