ନିଶା - ସତ୍ୟବତୀ ସ୍ୱାଇଁ

ନିଶା - ସତ୍ୟବତୀ ସ୍ୱାଇଁ

*ନିଶା*

ମଣିଷ
ବ୍ୟସ୍ତ 
ବିବ୍ରତର କଣ୍ଢେଇ;
ସ୍ୱାର୍ଥପର 
ନିଜ ସୀମିତ ପୃଥିବୀ
ତେଲ ଲୁଣ ଚିନ୍ତା
ଚେତନାକୁ ନେଇ।।

ଅଭିମାନିନୀ
ଅତି ଆପଣା ହୃଦୟ ପାଖେ;
କହି ପାରେନି
କିଛି ଅବ୍ୟକ୍ତ
ଡେଣା କଟା ପ୍ରଜାପତି
ନିଇତି ଉଡେ କିନ୍ତୁ ଝରକା ସେପାଖେ।

ସମୟ 
ନିଷ୍ଠୁର
ବୁଝେନାହିଁ
ମନ କି ମାନ;
ଗୁମୁରେ ବିଳାପ କରେ ନିଃଶବ୍ଦେ 
ଅଣ୍ଡାଳେ ଜଣେ ନିହାତି ଆପଣା ପଣ।।

ଅଂକେଇ
ବଙ୍କେଇ
ପଡିଛି କେଜାଣି କୁଆଡକୁ ରାସ୍ତା;
ଚାଳିବାରେ
ଖୁସି କମ୍ ବେଶୀ
ଆକ୍ତାମାକ୍ତା।

ତେବେ ବି ବାଇଆ
ଆଶାରେ 
ତାଳ ଗଛେ ବାନ୍ଧେ ବସା;
ସ୍ବପ୍ନ ସବୁ ଉସକାନ୍ତି
ମୋହ ହାତ ଛନ୍ଦେ 
ବେକ ଚାରିପଡ଼େ
ଓହଳି ପଡେ ଜୀବନକୁ
ଜୀଇଁବାର ନିଶା।


0 Comments