କେଦାର ପୁର ସେ ଗ୍ରାମ,
ସୁନ୍ଦର, ତାରିଣୀ ଔରଷୁ ଜନମ
ଓଡିଶାର ଜ୍ଞାନଦ୍ରୁମ ।।
ଗାଁ ବିଦ୍ୟାଳୟ ମାଟ୍ରିକ ପରୀକ୍ଷା
ଉତ୍ତୀର୍ଣ୍ଣ ପ୍ରଥମ ସ୍ଥାନ,
ସେହିବିଦ୍ୟାଳୟେ ଶିକ୍ଷକତା କରି
ସାହିତ୍ୟ ଜଗତେ ଜହ୍ନ ।।
ପାଞ୍ଚ ବରଷରେ ମାତା ହାରିଥିଲେ
ଜିତିଲେ ଜୀବନ ଯୁଦ୍ଧ,
ମାହାକାବ୍ୟ ମାଳା ଭାବରେ ରଚିଲେ
ପ୍ରତିଷ୍ଠା ଓଡ଼ିଆ ଶବ୍ଦ ।।
କେଦାରଗୌରୀ, ପାର୍ବତୀ, ଚିଲିକା
ଦରବାର ବ୍ୟଙ୍ଗ ଲେଖି,
ଏନ୍ତୁଡ଼ିଶାଳ ଯେ ସବୁରି ହୃଦୟେ
ଇତିହାସ ଅଛି ସାଖି ।।
ରାୟବାହାଦୁର ସନମାନ ତୁତ୍ସ
ଯଦି ନାହିଁ ମାତୃ ପ୍ରେମ,
ଓଡ଼ିଆ ଭାଷାର ଗର୍ବ ଗାରିମାରେ
କର ଝଡର ସଂଗ୍ରାମ ।।
ଶାଗୁଣା, ବିଲୁଆ ପକୃତି ସଜାଇ
ଭୁଲନା ଉତ୍କଳ ପ୍ରୀତି,
ଚିତ୍କାର କରନା ସ୍ବାର୍ଥର ସମ୍ମାନେ
ହଜାଇ ସଂସ୍କୃତି ନିତି ।।
ମଣିଷ ଜୀବନ ଅତୀବ ଦୁର୍ଲଭ
ଜରାଜୀର୍ଣ୍ଣ କାହିଁ ପାଇଁ ,
ଜ୍ଞାନଗଙ୍ଗା ପରା ହୃଦୟେ ଝରୁଛି
କିଣୁଛ ସମ୍ମାନ ଯାଇ ।।
ଶୟନେ ସପନେ ଓଡ଼ିଆ ପ୍ରୀତିରେ
ଜାଗରଣ ରଚିଥିଲେ,
ପିଲାଟି ଦିଅରୁ ଭାଷାର ସମ୍ମାନ
ଲେଖନୀ ରେ ବାଢ଼ିଥିଲେ ।।
ସାଧନା ସିଦ୍ଧିର ଭାଷାର ସୁମନ
ଭାବନାରେ ତୋଳିଦେଲ,
ତ୍ୟାଗ ତିତୀକ୍ଷାର ମହ ମହ ବାସ
ମହୀରେ ଜାଗୃତି କଲ ।ଚିରସ୍ମୃରଣୀୟ ଓଡ଼ିଆ ଗୌରବ
ସବୁରି ପ୍ରାଣ ସ୍ପନ୍ଦନ ,
ଚରଣେ ତୁମରି ଅଞ୍ଜଳି ବନ୍ଦନା
ଶତ ପ୍ରଣିପାତ ଘେନ ।।
ରଚନା : ଜୟଲକ୍ଷ୍ମୀ ସେଠୀ
ଠିକଣା : ମାର୍ଫତ - ଇଂ ସୁଶାନ୍ତ କୁମାର ସେଠୀ, ଡ୍ରିମ୍ସ ଷ୍ଟାଫ୍ କ୍ବାଟର, ଟାଙ୍ଗୀ, କଟକ । ଫୋନ ନମ୍ବର : ୯୯୩୭୩୪୭୩୧୮
Sent via Google Forms Email