ମଣିଷର ଯାତ୍ରା
ଶୁଣିବାକୁ ସେଇ ସ୍ଵର
ଅନାହତ ଧ୍ୱନି ଓଁକାର ଝଙ୍କାର,
ଯୁଗ ଯୁଗ ଧରି
କେତେ ଯୋଗୀ କେତେ ରୁଷିଙ୍କର
ଶେଷନାହିଁ ସାଧନାର
ଏଇ ଆର୍ଯ୍ୟ ଭୂମି ଭାରତବର୍ଷର।
ଶାନ୍ତି ବିନା ମୁକ୍ତି କାହିଁ ଜୀବନର ??
ଆଜି ଅଶାନ୍ତିର ଚକ୍ରବ୍ୟୁହ ଭିତରେ
ହଜିଯାଏ ଜୀବନୀୟ ସ୍ବର
ଯୁଦ୍ଧର ଘନଘଟା ଭିତରେ ଜଳୁଛି ଜୀବନ
ବିଶ୍ଵାସର ବିସ୍ତୃତିରେ କୁଢ କୁଢ ବାଲିର ଆସ୍ତରଣ
କାହିଁ ସେ ମୁକ୍ତ ପବନ ନେବାକୁ ନିଃଶ୍ବାସ
କିଏସେ ଅଜାଡି ଦେବ ଶାନ୍ତିର ସବୁଜ କ୍ଷେତରେ
ଫସଲ ସୁନାର
ଆଜି ଭ୍ରାନ୍ତି ପଥରେ ଯେ ଯାତ୍ରା ମଣିଷର
ଶରବିଦ୍ଧ ଆଜି ଚିନ୍ତା ଚେତନାର ସ୍ତର।
ଖୋଲିଦିଅ ଅନ୍ତର୍ଦୃଷ୍ଟି
ଦେଖ ଶାନ୍ତି କେମିତି କରୁଛି ଆକୁଳ ଚିତ୍କାର
କାହିଁକି ବା ଖୋଜ ??
ତାର ନିବାସ ତ
ତୁମ ଶୁଦ୍ଧ ଅନ୍ତର ।।
ରଚନା : ହାସ୍ୟମୟୀ ରାଜ୍
ଠିକଣା : ଓରାଳି, ହାଟଡିହି, କେନ୍ଦୁଝର ଫୋନ ନମ୍ବର :
Sent via Google Forms Email