କବି ରେ - ଶିବ ଚରଣ ମହାପାତ୍ର

0

●କବିରେ..●

ସ୍ରଷ୍ଟାକାର ହେ' ସୃଜ ସ୍ୟନ୍ଦନ
ସତ୍ୟ ଶାନ୍ତିର ପଂକ୍ତି
ସଂସାର ସାର ରିକ୍ତ ରହସ୍ୟ
ସାଜ ଶାଣିତ ଗୀତି..!

ମାଂସୀତ ହେଉ ସ୍ୱପ୍ନ କୌମୁଦୀ
ନିର୍ମଳ ମତି ଚିନ୍ତା
ନିଃଶବ୍ଦ ଶବ୍ଦ ଶବ୍ଦ ଦୁନ୍ଦୁଭି
ସାଜୁ ସୌରଭ ଗାଥା..!

ଅଧୀର ନ କର କର ସୁଧିର
ଧର ଅଧର ସ୍ୱର
ରଖ ନିରେଖି ଖର ନର ଧାର
ରଦ ଦମନ ତୋର..!

କଳ୍ପନା କଣ୍ଟା କ୍ଳାନ୍ତ କଳିକା
କାଟ ଅକ୍ଳାନ୍ତ ଶ୍ରମେ
କବି କୁଳ ହେ' କାବ୍ୟ କଷଣ
କଳ୍ପ ନା କେବେ ଭ୍ରମେ..!

ଭବେ ଭାବ ନା ଭୃତ୍ୟ ଭାବନା
ଭ୍ରମିତ ଭୂତ କୋଳେ
ଭାବ ଭୂଷିତ ଭାଷିତ ଭଲେ
(ତୁ)ଭାସ୍ୱର ଭଳି ଜଳେ..!

ଦୀପ ଶରୀର ଦୀପ୍ତି ବିସ୍ତାର
ଅନ୍ଧ ଅନ୍ଧାର ଦୂର
ଦୀର୍ଘ ନିଶ୍ୱାସ ସାଜୁ ବିଶ୍ୱାସ
ସ୍ୱ-ଧର୍ମ ରକ୍ଷା କର..!

*××××××●××××××*

ସ୍ୟନ୍ଦନ-ରଥ
କୌମୁଦୀ -ଚନ୍ଦ୍ର କିରଣ
ରଦ-ଦାନ୍ତ
ଭୂତ-ପଞ୍ଚ ମହାଭୂତ
ଭାସ୍ୱର-ସୂର୍ଯ୍ୟ

*ଶିବ ଚରଣ ମହାପାତ୍ର*
*ଚକ୍ରଧରପୁର:କେନ୍ଦୁଝର*
*ତା:-6/10/19
Sent from my Samsung Galaxy smartphone.

Post a Comment

0Comments
Post a Comment (0)