ହେ ମହାତ୍ମା ବାପୁ ତୁମ ଜନ୍ମଦିନ
ପାଳୁଛି ଭାରତବର୍ଷ
ସାରା ଦେଶ ଆଜି ଝୁରି ହେଉଅଛି
ପାଇବାକୁ ପରାମର୍ଶ ।୧।
ଆମର ରାଷ୍ଟ୍ରପତି ରାମନାଥ ଜୀ
ସୁଇଜରଲ୍ୟାଣ୍ଡ ଯାଇ,
ଭିଲେନ୍ୟୁ ସହରେ ଉନ୍ମୋଚିତ କଲେ
ତୁମ ପ୍ରତିମୂର୍ତ୍ତୀ ଥୋଇ ।୨।
ନ୍ୟୁୟର୍କ ସହ ରେ ନରେନ୍ଦ୍ର ମୋଦୀ ଜୀ
ଗାନ୍ଧୀ ସୌର ପାର୍କ କଲେ,
ଏକ ଶ ପଚାଶ ଚାରା ରୋପି ଦେଇ
ଗାନ୍ଧୀ ଶାନ୍ତି ବନ କଲେ ।୩।
ଅହିଂସାମନ୍ତ୍ରକୁ ସଜାଇଣ ଅସ୍ତ୍ର
ଇଂରେଜ ଙ୍କୁ ତଡ଼ି ଥିଲ
ଚୌରୀ ଚରା ହିଂସା ସିପାହୀଙ୍କ ଦେଖି ଅନଶନ ସେଠୁ କଲ।୪।
ନିଶାନିବାରଣ ନାରୀ ଶିକ୍ଷା ପାଇଁ
କରୁଥିଲସଚେତନ,
ଛୁଆଁ ଆଛୁଆଁର ଭେଦ ରଖନାହିଁ
ସଭି ଦେହେ ନାରାୟଣ । ୫ ।
କୁଟି ଖାଅ କାଟି ପିନ୍ଧବା ନୀତିରେ
ଥିଲ ସ୍ଵାବଲମ୍ବ ଶୀଳ
ଖଦିଧୋତି କୁର୍ତ୍ତାବୁଣିବା ପାଇଁ ଯେ
ଚରଖାଟି ଲୁଗାକଳ । ୬।
ପରିବେଶ ଆମ ସ୍ୱଛରହିବାକୁ
ଦେଉଥିଲ ଉପଦେଶ
ଆବଶ୍ୟକ ଠାରୁ ଅଧିକକୁ ତ୍ୟାଗ
ଜଣାଏ ତୁମରି ବେଶ । ୭ ।
ଆଉ ଥରେ ତୁମେ ଅବତରି ଆସ
ଡାକୁଛି ଭାରତାମାତା
କୋଟି କୋଟି ନମଃକରୁଛି ଏ ଦୀନ
ତୁମେ ପରା ଆମ ପିତା ॥୮ ।।
xxxxxxxxx xxxx X
.ଦୀନବନ୍ଧୁ ପୋଇ ( ସହକାରୀ ଶିକ୍ଷକ)
ଦୂରଭାଷ -9938802412.