ଅବୁଝା ସାଥି - ରାକେଶ ସାହୁ

0
ନିଜେ ବୁଝାଇ ଅନ୍ୟକୁ ବୁଝାଇବା ଭିତରେ
ମୁଁ କେଉଁଠି ହଜିଗଲିଣି ସତରେ
ତଥାପି ଖୋଜିବା ଯାରିରହିଛି
ସମୟ ଯେ ପର୍ଯ୍ୟନ୍ତ ସାଥିରେ ଅଛି ।।

ବାଟ ଭୁଲିଥିବା ସେ ସାଥିଟିକୁ
ବୁଝିବ ସେ ନିଶ୍ଚୟ ଦିନେ
ସମୟ ସହିତ ତାଳରେ ତାଳ ଦେଇ
ବୁଲି ବୁଲି ନିଶ୍ଚୟ ଦିନେ ସେହି ସ୍ଥାନେ ।।

ସଦା ଜାଗ୍ରତ ପ୍ରହରୀ ଆମେ
ଯେତେବେଳେ ବି ସେ ଫେରିବ
ସ୍ୱାଗତ କରିବା ହସ୍ତ ପ୍ରସାରି
ପୁଣି ଏ ଦୁନିଆ ହସିଉଠିବ ।।

ପୁଣି ହେବ ନୂଆ ସକାଳ
ଏକ ନୂତନତ୍ତ୍ୱର ସମୟ
ସ୍ମୃତିର ଏଇ ସହରରେ
ପୁଣି ହଜିବା ଆମେ ସାଥିରେ ।।

ରଚନା : ରାକେଶ ସାହୁ

ଠିକଣା : ଢେଙ୍କାନାଳ ଫୋନ ନମ୍ବର :


Post a Comment

0Comments
Post a Comment (0)